Odisha news

ଅଡଙ୍ଗ ସେବା ସମବାୟ ସମିତି ସଭାପତି ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ୁଛି: ଚର୍ଚ୍ଚାରେ ଅଜିତ୍ ନାୟକ

0

ସୋର-୨୨/୦୬: -ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସେବା ସମବାୟ ସମିତି ନିର୍ବାଚନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ସୋର ବ୍ଲକ ଅନ୍ତର୍ଗତ ୭ଟି ସମିତିରେ ଡାଇରେକ୍ଟର ପଦବୀ ପାଇଁ ନିର୍ବାଚନ ସରିଛି । ସୋର ବ୍ଲକ ଅଡଙ୍ଗ ସମିତିର ୫ ହଜାର ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ଏକ ହଜାର ୬୮ ଚାଷୀ ୧୫ ଡାଇରେକ୍ଟର ପଦବୀ ପାଇଁ ଯୋଗ୍ୟ ମତଦାତା ଭୋଟ୍ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୭ କଂଗ୍ରେସ , ୩ ବିଜେପି ଓ ୫ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସଭାପତି ପଦ ହାତେଇବାକୁ ମ୍ୟାଜିକ୍ ସଂଖ୍ୟା ୮ ଠାରୁ କଂଗ୍ରେସ ଦଳର ୧ କମ୍ ଅଛି ।

କଂଗ୍ରେସ ପକ୍ଷରୁ ଦଳୀୟ ସମର୍ଥିତ ସଭାପତି ପ୍ରାର୍ଥୀ ଚୟନ ପାଇଁ ବାରମ୍ବାର ରୁଦ୍ଧ ଦ୍ୱାର ବୈଠକ ହେଉଥିଲେବି ଅଦ୍ୟାବଧି କାହାରି ନାମରେ ମୋହର ଲାଗି ପାରିନଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ହେଲେ ଏହି ଦଳରେ ଏବେ ଅଶାୟୀଙ୍କ ସଂଖ୍ୟା ୪ ଥିବା ବେଳେ ଯୁବ ନେତା ଅଜିତ୍ କୁମାର ନାୟକ ଦୈାଡରେ ଆଗରେ ଥିବା ନେଇ ଚର୍ଚ୍ଚା ହେଉଛି । ସନ୍ଦୀପ କୁମାର ସେଠୀ, ବରିଷ୍ଠ ନେତା ଅନିରୁଦ୍ଧ ମହାନ୍ତି ଓ ଗୈାରାଙ୍ଗ ତ୍ରିପାଠୀଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ଦଳ ପ୍ରାର୍ଥୀ ଚୟନରେ ବିଳମ୍ବ କଲେ ଘୋଡା ବେପାର ଆଶଙ୍କାକୁ ଏଡାଇ ହେବନି । ସଂଖ୍ୟା କମ୍ ଥିଲେବି ବିଜେଡି ଓ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ସଭାପତି ପଦ ହାତେଇବାକୁ ଅଣ୍ଟା ଭିଡିଛନ୍ତି । ସମୟ କହିବ ସଭାପତି ପଦ କଂଗ୍ରେସ ହାତେଉଛି କି ସଫଳ ଗୋଟି ଚାଳନାରେ ବିଜେଡି କିମ୍ବା ବିଜେପି ଏହି ପଦ ବାଜି ମାରୁଛନ୍ତି ।

Leave A Reply