Odisha news

ଖଡ଼ଗପୁର ଡିଭିଜନର ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବି

0

ସୋର-୨୨/୦୬ : -ଗତକାଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷବ ଖୋର୍ଦ୍ଧା ଡିଭିଜନର କରୋନା କଟକଣା ପାଇଁ ବନ୍ଦ ଥିବା ସମସ୍ତ ଟ୍ରେନ୍ ଚଳାଚଳ ପାଇଁ ନିର୍ଦେଶ ଦେଇଥିବା ବେଳେ ଡଡ଼ଗପୁର ଡିଭିଜନ ବନ୍ଦଥିବା ପାସେଞ୍ଜର ଟ୍ରେନଗୁଡ଼ିକ ଚଳାଚଳ ନେଇ ଅନିଶ୍ଚିତତା ଦେଖାଦେଇଛି । ମନ୍ତ୍ରୀ ଖଡ଼ଗପୁର ଡିଭିଜନ ଅଧୀନରେ ଚାଲିଥିବା ପୁରୀ ପାସେଞ୍ଜର ଏବଂ ଭଦ୍ରକ-ବାଲେଶ୍ୱର ମେମୋକୁ ଶୀଘ୍ର ଚଳାଇବା ପାଇଁ ନିଦେ୍ର୍ଦଶ ଦେବାକୁ ସୋରବାସୀଙ୍କ ତରଫରୁ ଦାବି କରାଯାଇଛି ।

ଖଡ଼ଗପୁର ଡିଭିଜନର ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉତ୍ତରାଞ୍ଚଳର ଗରିବ ଲୋକମାନଙ୍କର ସାହାଭରସା କୁହାଯାଉଥିବା ପୁରୀ-ସାନ୍ତରାଗାଚ୍ଛିଏବଂ ଭଦ୍ରକ-ବାଲେଶ୍ୱର ମେମୋ ପାସେଞ୍ଜର ଟ୍ରେନ ଉପରେ ବହୁ ଗରିବ ତୀର୍ଥଯାତ୍ରୀ, ଦିନମଜୁରିଆ, ଖଟିଖିଆ ଓ ଚାକିରିଆମାନେ ନିର୍ଭର କରିଥାନ୍ତି । କରୋନା କଟକଣା ଯୋଗୁଁ ୨ ବର୍ଷ ହେଲା ଏହି ଟ୍ରେନଗୁଡ଼ିକ ବନ୍ଦ କରାଯାଇଥିବାର ଗରିବ ଯାତ୍ରୀମାନେ ଘୋର ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଅଯଥାରେ ବସ୍ କିମ୍ବା ଏକ୍ସପ୍ରେସ ଟ୍ରେନରେ ଅଧିକ ଭଡ଼ା ଦେଇ ଯାତାୟତ ପାଇଁ ବାଧ୍ୟ ହେଉଛନ୍ତି । ଖୋର୍ଦ୍ଧା ଡିଭିଜନ ପରି ଖଡ଼ଗପୁର ଡିଭିଜନର ସମସ୍ତ ବନ୍ଦଥିବା ପାସେଞ୍ଜର ଟ୍ରେନକୁ ରଥଯାତ୍ରା ପୂର୍ବରୁ ଚଳାଚଳ ପାଇଁ ସୋର ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.