Odisha news

ସୋରରେ ମଦ ଜବତ: ୩ ଗିରଫ

0

ସୋର-୨୨/୦୬ : -ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ଦେଶୀ ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ନୀଳଗିରି ରେଞ୍ଜ ଅଧିକାରୀ ନାରାୟଣ ବେହେରା ଏବଂ ଖଇରା ଅବକାରୀ ଅଧିକାରୀ କଳ୍ପନା ଜେନା ଏବଂ ସୋର ଅବକାରୀ ଏଏସ୍ଆଇ ଉର୍ମିଳା ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଦେଉଳି ଗ୍ରାମରେ ଚଢ଼ାଉ କରି କରୁଣାକର ଦାସଙ୍କ ନିକଟରୁ ୧୯ ଲିଟର ଦେଶୀ ମଦ, ଖଇରା ଥାନା ଅଧିନସ୍ଥ ପୁରୁଷୋତ୍ତମପୁର ଗ୍ରାମର ଦିଲ୍ଲୀପ ମୁଖୀଙ୍କ ନିକଟରୁ ୧୮ ଲିଟର ଏବଂ ଝାଟିଆ ଗ୍ରାମର ପ୍ରଭାକର ନାୟକଙ୍କ ନିକଟରୁ ୨୦ ଲିଟର ଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଶଶିଭୂଷଣ ସ୍ୱାଇଁ, ତପନ ମଲ୍ଲିକ, ବିଜୟ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ

Govt
Leave A Reply