Odisha news

ସୋର ଗୋଶାଳା ୟାସରେ କ୍ଷତିଗ୍ରସ୍ତ: ପ୍ରଶାସନ ଟିମ୍ ପକ୍ଷରୁ କ୍ଷୟକ୍ଷତି ଆକଳନ

ସୋର-୦୪/୦୬ : ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ୩ନଂ ୱାର୍ଡରେ ଥିବା ସୋର ଗୋଶାଳା ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ୧୯୨୪ ମସିହାରୁ ପ୍ରତିଷ୍ଠିତ ଏହି ଗୋଶାଳାରେ ଏବେ ୭୦ଟି ବୃଦ୍ଧ ଅକର୍ମଣ୍ୟ ଗୋରୁଗାଈଙ୍କୁ ରଖାଯାଇ କିଛି ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାରେ ସେମାନଙ୍କ ରକ୍ଷଣାବେକ୍ଷଣ କରାଯାଉଛି । ଗତ ୟାସ ଘୂର୍ଣ୍ଣିଝଡରେ ଏହି ଗୋଶାଳାର ପାଣିଟାଙ୍କି, ଦିସ୍ତା , ଆଜବେଷ୍ଟସ୍ ଛପର ଉଡିଯାଇଥିବା ବେଳେ ଗୋରୁଙ୍କ ପାଇଁ ସାଇତି ରଖାଯାଇଥିବା ନଡାଗଦା ଭୂଷୁଡିପଡି ନଷ୍ଟ ହୋଇଯାଇଛି । ଏଥି ସହ ଏହି ପରିସରରେ ଥିବା ଗୋ ସେବକ ଗୃହର ଛପର ଉଡିଯିବା ସହ ଗଛ ଉପୁଡିପଡିଛି । ସୋର ତହସିଲଦାର ଡ. ଅଶୋକ କୁମାର ଦାସ ଓ ପୈାର କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏକ ମିଳିତ କ୍ଷୟକ୍ଷତି ଆକଳନ ଟିମ୍ରେ ସୁଧାଂଶୁ ଶେଖର ପ୍ରଧାନ, ଆର୍ତ୍ତବନ୍ଧୁ ପରିଡା ଗୋଶାଳାର କ୍ଷତି ଆକଳନ କରି ସ୍ଥାନୀୟ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଛନ୍ତି । ଏଥି ସହ ଏବେ ଏହି କ୍ଷୟକ୍ଷତି ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଓ ଗୋରୁଗାଈଙ୍କ ପାଇଁ ଗୋ ଖାଦ୍ୟ ଯୋଗାଇ ଦେବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡାଙ୍କୁ ଗୋଶାଳା ସଭାପତି ପଦ୍ମଲୋଚନ ଦ୍ୱିବେଦୀ ଓ ସଂପାଦକ ଡମ୍ବରୁଧର ନାୟକ ଅନୁରୋଧ କରିଛନ୍ତି ।

Comments are closed.