ସୋର : ସୋର ପୁଲିସ ପକ୍ଷରୁ ଏବେ କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ଘୋଷିତ ଗାଇଡ୍ ଲାଇନ୍ ଅନୁଯାୟୀ ମାସ୍କ ପିନ୍ଧିବାକୁ ଲଗାତର ସଚେତନ କରାଯାଉଥିବା ବେଳେ ନିୟମ ଉଲଙ୍ଘନ କରୁଥିବା ବିନା ମାସ୍କଧାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି ।
ସୋର ଥାନା ଭାରପ୍ରାପ୍ତ ଅଧିକାରିଣୀ ମଧୁମିତା ମହାନ୍ତିଙ୍କ ନିଦେ୍ର୍ଦଶରେ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଅନନ୍ତପୁର ଛକ ଓ ବରଫକଳ ଛକରେ ଆଜି ଚଢ଼ାଉ କରାଯାଇ ମାସ୍କ ପିନ୍ଧୁନଥିବା ସହ ୩ ଜଣଙ୍କୁ ବସାଇ ବାଇକରେ ଯାଉଥିବା ଆରୋହୀଙ୍କ ଠାରୁ ୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ଗତ ଦୁଇ ମାସ ମଧ୍ୟରେ ସୋର ପୁଲିସ ୪ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି । ଏସ୍ ଆଇ ସୂର୍ଯ୍ୟନାରାୟଣ ନାୟକ, ଏଏସ୍ଆଇ ପ୍ରତାପ କାଲୋ, ଏଏସ୍ଆଇ ପ୍ରଦୀପ କୁମାର ମହାନ୍ତି, ଏଏସ୍ଆଇ ମଦନମୋହନ ଦାସ , ଏଏସ୍ଆଇ ଜୀବନ କୁମାର ମଲ୍ଲିକ, ସୁରେଶ କୁମାର ବେହେରା ଓ ପୋଲିସ୍ ଫୋର୍ସ ଏହି ଚଢ଼ାଉରେ ସାମିଲ ଥିଲେ ।