ଜ୍ୟୋତି ରଞ୍ଜନ ସାମନ୍ତରାୟ :
ଶଟ୍ ଡାଉନ ପୁଣି ଫେରାଇ ଆଣିଛି
ଡିବି ଲଣ୍ଠନ ଦିନର…
ପୁରୁଣା ସେଇ ଛୁଆଁ-ଅଛୁଆଁ ଭେଦଭାବ
ଆଉ ପିଲା ଦିନର ସ୍ମୃତି ସବୁ I
ଜନଶୂନ୍ୟ ଶୁନଶାନ ରାସ୍ତା…
ବର୍ଷ ଭିଜା ସନ୍ଧ୍ଯା ରେ ଅଗମ୍ଯ…
ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରିୟାର ଘର II
ଶଟ୍ ଡାଉନ ଜଗାଇ ଦେଇଛି
ସବୁରି ପ୍ରାଣରେ ସୃଜନଶୀଳତା
ସୃଷ୍ଟି କରିଛି କବି-ଲେଖକ
ମଣିଷ ମନରେ ଜଗାଇ ଦେଇଛି
ହଜିଯାଉଥିବା ମଣିଷ ପଣିଆ II
ଶଟ୍ ଡାଉନ ଭରି ଦେଇଛି
ସବୁରି ମନରେ ଆତଙ୍କ
ଛଡେଇ ନେଇଛି ଜୀବିକା
ତୁଟିଯାଏ ଇନଷ୍ଟାଲମେଣ୍ଟ ରେ
ଡରି ଡରି ବଂଚିବାର ମୋହ
ବଢାଇ ଦେଇଛି ଆତ୍ମହତ୍ଯା ପ୍ରବଣତା II
ଶଟ୍ ଡାଉନ ବଢାଇ ଦେଇଛି
ପରିବାରର ମୋହ…
ଯୋଡି ହଉଛି…
ହଜିଯାଉଥିବା ଭଲପାଇବା
ଆଉ ଲିଭିଯାଉଥିବା ସଂପର୍କ ସବୁ
ପୁରୁଣା କଥା ମନେ ପକାଇ…
ଏକାଠି ଖାଇବାର ସୁଯୋଗ II
ଶଟ୍ ଡାଉନ ଏକ ଆଶୀର୍ବାଦ
ପ୍ରଦୁଷଣ ମୁକ୍ତ ପୃଥିବୀ ରେ…
ବଂଚିବାକୁ ସ୍ବାଧୀନରେ I
ମଣିଷ ତରୁଲତା ପଶୁପକ୍ଷୀ
ଅଧିକାର ସଭିଁଙ୍କୁ ଆଣିଦେଇଛି…
ହୃଦୟ ଖୋଲା ଟିକେ ନିଶ୍ବାସ ନେବାର II