ଲକ୍ଡାଉନ୍ ଆଗରୁ ଭାରତ ଆସିଥିବା ସୋନମ କପୁର ଏ ଭିତରେ ଲଣ୍ଡନ ଫେରିଯାଇଛନ୍ତି । ସୋନମ ୱାର୍କଆଉଟ୍ ସେଶନ୍ ପରେ ଏକ ଭିଡିଓ ସେୟାର କରିଥିଲେ । ଏଥିରେ ସେ ପାର୍କରେ ବସିଥିବା ଦେଖାଯାଇଥିଲା । ଏହାପରେ ଲୋକେ ତାଙ୍କ ଉପରେ ଅଭିଯୋଗ ଆଣିବା ଆରମ୍ଭ କରିଦେଲେ । ଜଣେ ୟୁଜର୍ ଲେଖିଛନ୍ତି କପିରି ଭାରତୀୟ ଅଭିନେତ୍ରୀ ଲଣ୍ଡନରେ ସଙ୍ଗରୋଧ ନିୟମ ଉଲ୍ଲଂଘନ କରୁଛନ୍ତି ଓ ଲୋକଙ୍କ ଜୀବନକୁବିପଦରେ ପକାଉଛନ୍ତି । ଅନ୍ୟ ଜଣେ ୟୁଜର୍ କହିଛନ୍ତି, ଚିଲ୍ କର ଭାଇ । ସୋନମ ସଙ୍ଗରୋଧରେଅଛନ୍ତି । ନିଜ ଘରେହିଁ କାମ କରୁଛନ୍ତି । ତାଙ୍କ ଇନ୍ଷ୍ଟାଗ୍ରାମ୍ ଚେକ୍ କର ଜାଣିପାରିବ । ସୋନମଏହାର ଜବାବରେ କହିଛନ୍ତି, ମୁଁ ମୋ ବିଲïିଂର ଗାର୍ଡନରେ ଅଛି । ଲୋକଙ୍କ ପାଖରେ ଏସବୁ କଥା ଆଲୋଚନା ପାଇଁ ବହୁତ ସମୟ ଅଛି । ଏମାନଙ୍କୁ ଅଣଦେଖା କର ।
