ନୂଆଦିଲ୍ଲୀ : ବିଭାହ ବିଛେଦର ଅନେକ କଥା ଶୁଣିବାକୁ ମିଳିଥାଏ l ଯେଉଁଥିରେ ଦେଖିବାକୁ ମିଳେ ଯେ ଗୋଟିଏ ପକ୍ଷ ଆଉ ଗୋଟିଏ ପକ୍ଷକୁ ଅନେକ ଅର୍ଥ ଭରଣ ପୋଷଣ ଆକାରରେ ଦେଇଥାଏ l ବ୍ରିଟେନ ରୁ ଗୋଟିଏ ଏହିଭଳି ଘଟଣା ସାମ୍ନାକୁ ଆସିଛି l ମିଳିଥିବା ସୂଚନା ଅନୁସାରେ ଲଣ୍ଡନ ର ଗୋଟିଏ କୋର୍ଟ ଶୁଣାଣି କରିଛନ୍ତି ଯେ ଫରହାଦ – ତଟୀୟନ ନାମକ ଦମ୍ପତି ଓ ତାଙ୍କ ପୁତ୍ର ତୈମୁର ସହିତ ଯୋଡି ହୋଇଛି l ନିଜ ନିଷ୍ପତିରେ ଜଜ ଦୋଷୀ ପୁଅକୁ ବେଈମାନ କହିଛନ୍ତି ,ଯିଏ ନିଜ ପିତାଙ୍କ ସହାୟତା ପାଇଁ କିଛି ବି କରିପାରିବ l ତୈମୁର ଙ୍କ ପିତା ମାତାଙ୍କର ଅନେକ ଦିନରୁ ବିଭାହ ବିଛେଦ ହୋଇ ଯାଇଥିଲା l
ପୁଅ ଚାହୁଁଥିଲା ପିତାଙ୍କ ସମ୍ପତ୍ତି ଭାଗ ନହେଉ ଓ ମାଙ୍କୁ ବିଭାହ ବିଛେଦ ସମୟରେ ଅଧିକ ଅର୍ଥ ନମିଳୁ l ଶୁଣାଣି ବେଳେ ଜଜ କହିଥିଲେ କୋଟିପତି ପିତାଙ୍କ ପୁତ୍ର ନିଜ ପିତାଙ୍କ ସମ୍ପତି ଲୁଚାଇଛି l ଅର୍ଥ ଲୁଚାଇଥିବା ଆରୋପ ରେ ତୈମୁର କହିଛି ସେ କଲେଜ ରେ ପାଠ ପଢ଼ୁଥିବା ବେଳେ ବ୍ୟବସାୟ କରୁଥିଲା l ସେଥିରେ ତାର ବ୍ୟବସାୟ ରେ କ୍ଷତି ହୋଇଛି l ଜଜ ନିଜ ନିଷ୍ପତିରେ କହିଥିଲେ ଯେ ଗୋଟିଏ ପୁଅ ତା ମା କୁ ଭରଣ ପୋଷଣ ପାଇବାରୁ ଦୁରେଇ ରଖି ପାରିବ ନାହିଁ l ଶେଷରେ ଜଜ ନିଜ ନିଷ୍ପତି ରେ କହିଥିଲେ ଯେ ତୈମୁର ତାଙ୍କ ମା ଙ୍କୁ ୧୦୦ ମିଲିୟନ ଡଲାର ଦେବେ l ଯାହା ଭାରତୀୟ ମୁଦ୍ରାରେ ୭୬୦ କୋଟି ଅଟେ l
ତାଙ୍କ ମା ଙ୍କର ପୂର୍ବରୁ ବିଭାହ ବିଛେଦ ହୋଇ ଯାଇଥିଲେ ମଧ୍ୟ ସେ କିଛି ପାଇନଥିଲେ l ପାଖାପାଖି ୬ଟି ଦେଶରେ ମହିଳା ଜଣଙ୍କ ଭରଣ ପୋଷଣ ପାଇବା ପାଇଁ କେଶ ଦର୍ଜ କରିଛନ୍ତି l ଏହାପରେ ଲଣ୍ଡନ ଅଦାଲତ ନିଷ୍ପତି ଶୁଣାଇଥିଲେ l