ନୂଆଦିଲ୍ଲୀ : ସାମାଜିକ ଭେଦଭାବ ସବୁଠୁ ଭଲ ଉପାୟ ଅଟେ ଯାହା କରୋନା ସମୟରେ ଲୋକମାନଙ୍କୁ ବିପଦରୁ ରକ୍ଷା କରି ପାରିବ l କରୋନା ମହାମାରୀ ଅଜଣାନ୍ତାରେ ଅଧିକାଂଶ ଲୋକଙ୍କୁ ଅସ୍ୱାସ୍ଥ୍ୟକର ବାତାବରଣରେ ଉଜାଗର କରିଛି l ସାମାଜିକ ଭେଦଭାବ ଦ୍ୱାରା ବାସ୍ତବରେ ମାନସିକ ପ୍ରଭାବ ଲୋକମାନେ ଶିକାର ହୋଇ ପାରନ୍ତି l ସାମାଜିକ ଭେଦଭାବବା ଦ୍ୱାରା ବିଭିନ୍ନ ପ୍ରକାରର ମାନସିକ ସ୍ଥିତିର କାରଣ ହୋଇଛି l ଚିନ୍ତା ଓ ଅବସାଦ ପରେ ମଣିଷ ୩ଟି ସାମାନ୍ୟ କାରଣକୁ ନେଇ କରୋନା ମହାମାରୀ ସମୟରେ ଶିକାର ହେଉଛି l ମହାମାରୀ ଆମ ସମସ୍ତଙ୍କ ଶରୀରର ପ୍ରଣାଳୀକୁ ଅଲଗା ଅଲଗା କରି ଦେଇ ଆମ ସହିତ ଯୋଡ଼ିଛି l
କରୋନା ମହାମାରୀ ସମୟରେ ମଣିଷ ଅଧିକ ବିଷାଦ ଗ୍ରସ୍ତ ହୋଇ ଯାଉଛି l ସାମାଜିକ ସମ୍ପର୍କରେ ଦୂରତା ରହିଥିବା କାରଣରୁ ଆତ୍ମ ପ୍ରତିବିମ୍ବ ବୃଦ୍ଧି ହୋଇ ଆମ ଜୀବନରେ ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଦେଉଛି l ମହାମାରୀରେ ଉତ୍ପନ ହେଉଥିବା ସାଧାରଣ ରୋଗରେ ସାମାଜିକ ଚିନ୍ତାର ବିକାରରେ ବିଶିଷ୍ଟ ଭୟ ରହିଥିବାର ଦେଖା ଯାଉଛି l ଅଲଗା ରହି ଉପଳଉ ଥିବା ଅନ୍ୟ କାରଣ ଗୁଡିକ ହେଲା ଏକୁଟିଆ ପଣ ,ନିରାଶା ଓ ଗୋଟିଏ ଅନ୍ଧକାର ମୟ ଭବିଷ୍ୟ ମଣିଷ ମୁଣ୍ଡରେ ପଶି ଯାଉଛି l
ଏଠାରେ ମାନସିକ ଚିନ୍ତା ଓ ଉତେଜନାକୁ କମ କରିବା ପାଇଁ ୬ ଟି ଉପାୟ ଦିଆଯାଇଛି l
୧ -ଅନ୍ୟ ମାନଙ୍କ ସହିତ ମିଶି ଉତେଜନାକୁ କମ କର-ଏକୁଟିଆ ପଣ ଅବସାଦର ମୁଖ୍ୟ କାରଣ ହୋଇପାରେ l ନିଜର ଚିନ୍ତାକୁ ନେଇ ସିଧା ସଳଖ କଥାବାର୍ତା ହେବ ସହିତ ମନ ହାଲୁକା ହୋଇ ଯାଇଥାଏ l ନିୟମିତ ଭାବରେ ସାଙ୍ଗ ମାନଙ୍କ ସହିତ କିଛି ସମୟ ବିତାଇବା ପାଇଁ ସ୍ଥିର କରନ୍ତୁ ,ଗୋଟିଏ ସୁସ୍ଥ ବାତାବରଣରେ ସାମିଲ ହୁଅନ୍ତୁ କିମ୍ଭା ଜଣେ ବିଶ୍ୱାସୀ ପ୍ରିୟ ଜଣଙ୍କ ସହିତ ନିଜର ଚିନ୍ତା ବାଣ୍ଟନ୍ତୁ l ଯଦି ଆପଣଙ୍କ ନିକଟରେ ଏହି ତିନୋଟି ଜିନିଷ ପାଇଁ ବ୍ୟକ୍ତି ଉପଲବ୍ଧ ନାହାନ୍ତି ତେବେ ନୂଆ ସାଙ୍ଗ ତିଆରି କରନ୍ତୁ l ଯଦି ଆପଣଙ୍କ ଉତେଜନା ସାଙ୍ଗ ମାନଙ୍କ ଦ୍ୱାରା ଲାଘବ ହେଉଛି ତେବେ ସେହିଥିରେ ନିଜକୁ ସାମିଲ କରନ୍ତୁ l ନିଜର ଦ୍ୱିତ୍ୱକୁ ଦେଖନ୍ତୁ ଓ ଚିନ୍ତା କରନ୍ତୁ ଯେ କେଉଁ ଦ୍ୱିତ୍ୱକୁ ତୁଲାଇ ପାରିବେ ,କେଉଁ ଦ୍ୱିତ୍ୱକୁ ଅନ୍ୟକୁ ଦେଇ ପାରିବେ ଏବଂ କେଉଁ ଦ୍ୱିତ୍ୱକୁ ନିଜ ଜୀବନରୁ ଦୁରାଇ ପାରିବେ l
୨ – ବିଶ୍ରାମ ନେବା ଅଭ୍ୟାସ କରନ୍ତୁ -ଯେତେବେଳେ ନିୟମିତ ଭାବରେ ବିଶ୍ରାମ ନେଇ ପାରୁନାହାନ୍ତି ମେଡ଼ିଟେସନ ଦ୍ୱାରା ନିଜକୁ ଚିନ୍ତା ମୁକ୍ତ ରଖନ୍ତୁ ଓ ନିଜର ଭାବନାକୁ ଦୁରେଇ ଦେଇ ବିଶ୍ରାମ ଦିଅନ୍ତୁ l
୩ – ନିୟମିତ ବ୍ୟାୟାମ କରନ୍ତୁ -ବ୍ୟାୟାମ ଗୋଟିଏ ପ୍ରାକୃତିକ ବୁସ୍ତର ଅଟେ ,ଯାହା ଚିନ୍ତାକୁ ଦୂର କରିଥାଏ l ଏହାର ଲାଭ ପାଇବା ପାଇଁ ଦିନକୁ ୩୦ ମିନିଟି ପାଇଁ ବ୍ୟାୟାମ କରିବା ଆବଶ୍ୟକ l ଯେଉଁଥିରେ ଉଭୟ ଗୋଡ ଓ ହାତ ହଲି ପାରିବ l ନଚେତ ଚାଲିବ ,ଦୌଡିବା କିମ୍ବା ନୁର୍ତ୍ୟ କରିବାକୁ ଚେଷ୍ଟା କରନ୍ତୁ l
୪ – ପୁରୁଣା ଚିନ୍ତାକୁ ଦୁରେଇ ରଖନ୍ତୁ -ଚିନ୍ତା କରିବା ଏକ ମାନସିକ ଅଭ୍ୟାସ ଯାହାକୁ ଆପଣ ନିଜେ ଚେଷ୍ଟା କଲେ ନିଜଠାରୁ ଦୁରେଇ ପାରିବେ l ନିଜକୁ ଚିନ୍ତାରୁ ମୁକ୍ତ କରିବା ପାଇଁ ମେଡ଼ିଟେସନ କରିବା ସହିତ ଶାନ୍ତ ପରିବେଶରେ ବିଭିନ୍ନ ପ୍ରକାରର ବହି ପଢନ୍ତୁ l
୫ -ସାହସର ସହିତ କାର୍ଯ୍ୟ କରନ୍ତୁ -ଯାହା ଆପଣଙ୍କ ଚିନ୍ତାର କାରଣ ଅଟେ ତାହାକୁ ସାହସର ସହିତ ମୁକାବିଲା କରନ୍ତୁ l ଚିନ୍ତାର ମାଧ୍ୟମ ଏହା ଯେ ଆପଣ ଯାହା ଡରୁଛନ୍ତି ତାହାକୁ କରିବାକୁ ଚାହିଁ ନଥାନ୍ତୁ କିନ୍ତୁ ଆପଣ ତାହାକୁ କରିବା ଉଚିତ l
୬ – ନିଜର ଚିନ୍ତାକୁ ଆହ୍ୱାନ ଦିଅନ୍ତୁ -ଆପଣ କଣ ଭାବୁଛନ୍ତି ଓ କିପରି ଭାବୁଛନ୍ତି ତାହା ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ l ଆପଣ ପ୍ରତେକ ସ୍ଥିତିରେ ନିଜର ଚିନ୍ତାକୁ ଆଖି ଆଗରେ ରଖି ଜୀବନ କାର୍ଯ୍ୟ ପ୍ରଣାଳୀକୁ ଆରମ୍ଭ କରନ୍ତୁ l ସବୁଠୁ ଖରାପ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଧାର୍ଯ୍ୟ ଓ ସାହସ ବାନ୍ଧନ୍ତୁ l
