ନୂଆଦିଲ୍ଲୀ : ଆସନ୍ତା ମଇ ମାସରେ ଘରୋଇ ଓ ସରକାରୀ ବ୍ୟାଙ୍କ ସମୁଦାୟ ୯ ଦିନ ପାଇଁ ବନ୍ଦ ରହିବ l ୫ ଦିନ ବିଭିନ୍ନ ବ୍ୟାଙ୍କର ଛୁଟି କାରଣରୁ ବନ୍ଦ ରହିବ l ଯଦିଆମେ ଶନିବାର ଓ ରବିବାର ଯଦି ଯୋଡିବା ତେବେ ମଇ ୨୦୨୧ ରେ ସମୁଦାୟ ୯ ଦିନ ବନ୍ଦ ରହିବ l ରିର୍ଜବ ବ୍ୟାଙ୍କ ଅଫ ଇଣ୍ଡିଆ ର ୱେବସାଇଟ ଅନୁସାରେ ବିଭିନ୍ନ ରାଜ୍ୟର ସ୍ଥାନୀୟ ପର୍ବ କୁ ନେଇ ଛୁଟି ତାଲିକା ପ୍ରକାଶ ପାଇଛି l ଏହି ତାଲିକାରେ ମହାରାଷ୍ଟ୍ର ଦିବସ ,ରମଜାନ ଓ ବୁଦ୍ଧ ପୁର୍ଣିମା ଇତ୍ୟାଦି l
ଦେଶରେ କୋଭିଡ ଯୋଗୁଁ ବର୍ତମାନ ବ୍ୟାଙ୍କ କର୍ମଚାରୀଙ୍କ କାମ କରିବାର ଶୈଳୀରେ ପରିବର୍ତନ ଆସିଛି l କରୋନା ପ୍ରଭାବିତ ଅଞ୍ଚଳରେ ରହୁଥିବା ବ୍ୟାଙ୍କ କେମଚାରୀ ମାନଙ୍କୁ ସୁବିଧା ଦେବାକୁ ଯାଇ କାର୍ଯ୍ୟ କରିବାର ଶୈଳୀକୁ ପରିବର୍ତନ କରାଯାଇଛି l ଅଧିକାଂଶ ରାଜ୍ୟରେ ବ୍ୟାଙ୍କ କାର୍ଯ୍ୟ ସମୟକୁ କମାଇ ୪ ଘଣ୍ଟା କରି ଦିଆ ଯାଇଛି l
ଆସନ୍ତୁ ଜାଣିବା ମଇ ମାସର ବ୍ୟାଙ୍କ ଛୁଟି ତାଲିକା –
ମଇ ୧ ତାରିଖ – ଶ୍ରମିକ ଦିବସ /ମହାରାଷ୍ଟ୍ର ଦିବସ ଇତ୍ୟାଦି ସହିତ ଯେପରିକି ବାଙ୍ଗାଲୋର ,ଚେନାଇ ,ନାଗପୁର ,ପାଟନା ,କୋଲକାତା ,ଓଡିଶା ଓ ଟିରୁଭେନ୍ଟ ପୁରମ l
ମଇ ୭ ତାରିଖ – ଜୁମାତ -ଉଲ – ଭିଦା କୁ ନେଇ ଜାମୁ କାଶ୍ମୀର ବ୍ୟାଙ୍କ ବନ୍ଦ ରହିବ l
ମଇ ୧୩ ତାରିଖ – ରମଜାନ ଇଦ- ଉଲ – ଫିତର କୁ ନେଇ ଭାରତର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ l
ମଇ ୧୪ ତାରିଖ – ଭଗବାନ ପର୍ଶୁରାମ ଜୟନ୍ତୀ ଓ ଆଉ କିଛି ସ୍ଥାନରେ ଇଦ ପର୍ବ ପାଳନକୁ ନେଇ ବାଙ୍ଗାଲୋର ,ଭୋପାଲ ,ଓଡିଶା ,ଚଣ୍ଡୀଗଡ଼ ,ରାୟପୁର ,ପାଟନା ରାଞ୍ଚି ,ନୂଆ ଦିଲ୍ଲୀ ଇତ୍ୟାଦି ସ୍ଥାନ ସାମିଲ ରହିଛି l
ମଇ ୨୬ ତାରିଖ – ବୁଦ୍ଧ ପୁର୍ଣିମା – ଭୋପାଲ , ଚଣ୍ଡୀଗଡ଼ ,ଡେରାଡୁନ ,ଜାମୁ ,କୋଲକାତା ,ମୁମ୍ବାଇ ,ନାଗପୁର ଇତ୍ୟାଦି l
ରବିବାର ବ୍ୟତୀତ ,ଦ୍ଵିତୀୟ ଓ ଚତୁର୍ଥ ଶନିବାର ରେ ବ୍ୟାଙ୍କ ବନ୍ଦ ରହିବ l ୨ ,୯ ,୧୬ ,୨୩ ଓ ୩୦ ରବିବାର ଅଟେ l ଯେବେକି ୮ ଓ ୨୨ ମଇ ରେ ଦ୍ଵିତୀୟ ଓ ଚତୁର୍ଥ ଶନିବାର ଅଟେ l