ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ତାରକା ସୋଏବ ମଲ୍ଲିକ ଓ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ । ଏହି ପ୍ରେମ କାହାଣୀ ୨୦୧୦ ବେଳକୁ ସାରା ବିଶ୍ବରେ ଚହଳ ପକାଇ ଥିଲା । ସୂଚନା ଯୋଗ୍ୟ ଯେ ଏହି ୨ତାରକା ଖେଳାଳି ନିଜର ବୈବାହିକ ଜୀବନ କୁ ସମାପ୍ତ କରିବାକୁ ଯାଉଛନ୍ତି । ଦୀର୍ଘ ୧୨ ବର୍ଷର ଗୋଟିଏ ଲମ୍ବା ସମ୍ପର୍କ ବର୍ତ୍ତମାନ୍ ସମାପ୍ତ ହେବାକୁ ଯାଉଛି । ସୂଚନା ଯୋଗ୍ୟ ଯେ ଉଭୟ ବର୍ତ୍ତମାନ୍ ଅଲଗା ରହୁଛନ୍ତି । ଏପରିକି ଉଭୟ ନିଜ ପୁଅର ଦାୟିତ୍ଵ ମଧ୍ୟ ଅଲଗା ଅଲଗା ବହନ କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ସୋଏବ ବର୍ତ୍ତମାନ୍ ଅନ୍ୟ ଗୋଟିଏ ଝିଅର ପ୍ରେମ ରେ ଉବୁଟୁବୁ । କିଏ ସେହି ସୁନ୍ଦରୀ ସେହି ବିଷୟରେ ବର୍ତ୍ତମାନ୍ ଜଣା ପଡିନାହିଁ । ଏହି ଖବର କୁ ନେଇ ଉଭୟଙ୍କ ନିକଟରୁ ବର୍ତ୍ତମାନ୍ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ୨୦୧୦ ରେ ଉଭୟ ବିବାହ କରିବା ପରେ ୨୦୧୮ ରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।