ସୋସିଆଲ ମିଡିଆ ଆଜିକାଲି ସମସ୍ତଙ୍କ ପାଇଁ ସବୁଠୁ ବଡ଼ ନିଶା ହୋଇ ଯାଇଛି l କିଛି ଲୋକ ଅନେକ ସମୟ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସମୟ ଅତିବାହିତ କରୁଛନ୍ତି l ବର୍ତମାନ ଅନେକ ଦେଶ ରେ ମୋବାଇଲ ଛାଡିବା ପାଇଁ ଥେରାପି ମଧ୍ୟ ଦିଆଯାଉଛି l ଅଧ୍ୟୟନ ରୁ ଜଣା ପଡିଛି ଯେ ସୋସିଆଲ ମିଡ଼ିଆ ଯେତିକି ଲାଭ ଦାୟକ ସେତିକି କ୍ଷତି କାରକ ମଧ୍ୟ l
ଆମେରିକାର ସାଇକୋଲୋଜିକାଲ ଅଶୋଷିଏସନ ଦ୍ୱାରା ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଦିନକୁ ମାତ୍ର୍ ୩୦ ମିନିଟ ସୋସିଆଲ ମିଡିଆ ବ୍ୟବହାର କରିବା ଦ୍ୱାରା ୪ ଟି ରୋଗ ନିକଟ ରୁ ଦୂରେଇ ରହି ପାରିବେ l ଏହି ଅଧ୍ୟୟନ ରେ ୨୩୦ ଜଣଙ୍କୁ ସାମିଲ କରାଯାଇ ଥିଲା l ସେମାନଙ୍କୁ ୨ସପ୍ତହ ପ୍ରଯ୍ୟନ୍ତ ପ୍ରତିଦିନ ୩୦ ମିନିଟ ପର୍ଯ୍ୟନ୍ତ ସୋସିଆଲ ମିଡିଆ ଠାରୁ ଦୂରେଇ ରହିବା ପାଇଁ କୁହାଯାଇ ଥିଲା l ୨ ସପ୍ତାହ ପରେ ଏହି ବ୍ୟକ୍ତି ମାନଙ୍କ ନିକଟରେ ଡିପ୍ରେସନ ଓ ଏଙ୍ଗଯାଇଟି ସ୍ତର ହ୍ରାସ ପାଇଥିଲା l
* ଏହି ଅଧ୍ୟୟନ୍ ରେ ଦେଖିବାକୁ ମିଳିଥିଲା ଯେ ସୋସିଆଲ ମିଡିଆ ଠାରୁ ଦୂରେଇ ରହିବା ଦ୍ୱାରା ଜୀବନ ଉପରେ ସକାରାତ୍ମକ ପ୍ରଭାବ ବୃଦ୍ଧି ପାଉଛି ଓ କାର୍ଯ୍ୟ ଦକ୍ଷତା ମଧ୍ୟ ବୃଦ୍ଧି ପାଉଛି l
* ଏହାଛଡା ଏହି ଅଧ୍ୟୟନ ରେ ଜଣା ପଡିଲା ଯେ ଯେଉଁ ବ୍ୟକ୍ତି ମାନେ ସୋସିଆଲ ମିଡିଆ ଠାରୁ ଦୂରେଇ ରହିଥିଲେ ସେମାନଙ୍କ ବ୍ୟବହାର ରେ ପରିବର୍ତନ ଆସିଥିଲା l ସେମାନେ ଖୁବ ବନ୍ଧୁତ୍ୱ ପୂର୍ଣ୍ଣ ସହଯୋଗ କରିଥିଲେ l
* ସୋସିଆଲ ମିଡିଆ ଠାରୁ ଦୂରେଇ ରହିବା ଦ୍ୱାରା ଏହି ଯୁବକ ମାନଙ୍କ ନିକଟରେ ବୃଦ୍ଧି ପାଉଥିବା ଏକାକୀ ପଣ ଦୂରେଇ ଯାଇଥିଲା l ସେମାନେ ପରିବାର କୁ ନେଇ ଖୁବ ସମ୍ବେଦନଶୀଳ ହୋଇ ଯାଇଥିଲେ l
* ସବୁଠୁ ବଡ଼ କଥା ହେଲା ସୋସିଆଲ ମିଡିଆ ଯୁବ ପିଢ଼ି ଙ୍କୁ ଏଙ୍ଗଯାଇଟି ଓ ଡିପ୍ରେସନ ର ଶିକାର କରୁଛି l କିନ୍ତୁ ଏଙ୍ଗଯାଇଟି ଓ ଡିପ୍ରେସନ ସମସ୍ୟା ଦୂର ହୋଇଥାଏ ସୋସିଆଲ ମିଡିଆ ଠାରୁ ଦୂରେଇ ରହିବା ଦ୍ୱାରା l