Odisha news

ସାମାଜିକ କଟକଣା ଉଲ୍ଲଂଘନ, ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଚାକିରୀରୁ ନିଲମ୍ବିତ

0

ନିମାପଡ଼ା : ନିମାପଡ଼ା ଏନ୍.ଏ.ସି.ରେ ରାସନ୍ କାର୍ଡ଼ଧାରୀଙ୍କୁ ୧ ହଜାର ଟଙ୍କା ସହାୟତା ପ୍ରଦାନ ବଂଟନ ସମୟରେ ସାମାଜିକ ଦୂରତା ବଜାୟ ରହି ନଥିବାରୁ ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗୁରୁବାର ନଗର ଉନ୍ନୟନ ବିଭାଗ ତରଫରୁ ନିଲମ୍ବିତ କରାଯାଇଛି । ସୂଚନା ଥାଉକି, ସ୍ଥାନୀୟ ଏନ୍.ଏ.ସି.ର ୬ ଏବଂ ୭ ନମ୍ବର ୱାର୍ଡ଼ରେ ରାସନ୍ କାର୍ଡ଼ଧାରୀଙ୍କୁ ୧ ହଜାର ଟଙ୍କା ସହାୟତା ବଂଟନ ସମୟରେ ସାମାଜିକ ଦୂରତା ଉଲ୍ଲଂଘନ ହୋଇଥିବାରୁ ପୁରୀ ଜିଲ୍ଲାପାଳ ଏନ୍.ଏ.ସି.ର ଜୁନିୟର ଆସିଷ୍ଟାଂଟ ରବିନ୍ଦ୍ର ନାଥ ସାହୁଙ୍କୁ ଗତ ୧୦ ତାରିଖରେ ନିଲମ୍ବିତ କରିବା ସହିତ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନଗର ଉନ୍ନୟନ ବିଭାଗକୁ ସୁପାରିଶ କରିଥିଲେ । ଉକ୍ତ ଘଟଣାର ତଦନ୍ତ କରାଯାଇ ନିଜ ଦାୟିତ୍ୱ ସଠିକ୍ ନିର୍ବାହ କରି ନଥିବାରୁ ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ମୋହନ ଚରଣ ଜେନାଙ୍କୁ ଗୁରୁବାର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ନଂ ୮୨୨୧ରେ ଚାକିରୀରୁ ନିଲମ୍ବିତ କରାଯାଇଅଛି । ଏହି ଦାୟିତ୍ୱରେ ନିମାପଡ଼ା ତହସିଲଦାରଙ୍କୁ ଅବସ୍ଥାପିତ କରାଯାଇଛି ।

Ad2
Leave A Reply