ବୋଲଗଡ: ସାରା ବିଶ୍ୱ ବର୍ତ୍ତମାନ ପାଇଁ କରୋନା ମହାମାରୀକୁ ପ୍ରତିହତ କରିବାପାଇଁ ଲକ୍ ଡାଉନକୁ ଆପଣାଇଥିବାବେଳେ ଭାରତବର୍ଷ ମଧ୍ୟ ଏହି ପନ୍ଥାକୁ ଅବଲମ୍ବନ କରିଅଛି । ଜ୍ୟେଷ୍ଟମାସ ଆସିସାରିଥିବା ବେଳେ ଦିନକୁ ଦିନ ସୂର୍ଯ୍ୟଙ୍କର ରୈାଦ୍ରତାପ ମଧ୍ୟ ବଢିବଢି ଚାଲିଛି । ଏକରେ ଲକଡାଉନ ଦ୍ୱିତୀୟରେ ରୈାଦ୍ରତାପ ଏପରି କଷ୍ଟ ସମୟରେ ପାଣିମୁନେ୍ଦ ପାଇଁ ହିନସ୍ତ ଭୋଗୁଛନ୍ତି ବୋଲଗଡ ବ୍ଲକ ଅସରଳା ଗ୍ରାମପଞ୍ଚାୟତ କଅଁରପୁର ଆଦିବାସୀ ସାହିର ବାସିନ୍ଦା ।ସୂଚନାରୁ ଜଣାଯାଏଯେ କଅଁରପୁର ଆଦିବାସୀ ସାହିରେ ମୋଟ ୭୦ଟି ପରିବାରର ୨୦୦ଜଣ ଲୋକ ବସବାସ କରନ୍ତି । ଗ୍ରାମରେ ଏକମାତ୍ର ନଳକୁପ ଥିବାବେଳେର ତାହା ପ୍ରାୟ ୧୦ଦିନ ହେବ ଅଚଳ ହୋଇ ପଡିରହିଅଛି । ଯାହାଫଳରେ ପାଣି ମୁନେ୍ଦ ପାଇବାପାଇଁ ୧କି.ମି ରାସ୍ତା ଅତିକ୍ରମ କରି କଅଁରପୁର ଗ୍ରାମକୁ ଚାଲି ଚାଲି ଯିବାକୁ ପଡୁଛି । ସରକାରଙ୍କ ଲକ୍ ଡାଉନ ଥିବା ସମୟରେ ସାଧାରଣ ଲୋକଟିଏ ଏଭଳି ଖରାରେ ଯାଇ ପାନୀୟ ଜଳ ଆଣିବା କେତେକ ଯେ କଷ୍ଟକର ତାହା ଯେ ଦେଖିଥିବ ସେ ଅନୁଭବ କରିପାରିବ । ସେହିପରି ଖଙ୍ଗୁରିଆ ଗ୍ରାମର ଇଚ୍ଛାପୁର ଗ୍ରାମରେ ମଧ୍ୟ ପାଣି ପାଇଁ ହାହା କାର ହେଉଥିବାର ଦେଖାଯାଇଛି । ପୂର୍ବବର୍ଷ ଏହି ଅଞ୍ଚଳରେ ବ୍ଲକ ପ୍ରଶାସନ ତରଫରୁ ପାଣି ଟ୍ୟାଙ୍କର ଯୋଗେ ପାଣି ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନବ ପର୍ଯ୍ୟନ୍ତ ସେଠାରେ ପ୍ରଶାସନ ତରଫରୁ କିଛିବି ପଦକ୍ଷେପ ନିଆଯାଇନାହିଁ । ଏସମ୍ବନ୍ଧରେ ବ୍ଲକ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଘଡାଇଙ୍କୁ ପଚାରିବାରେ ସେ କୁହନ୍ତିକି ଆମ ପାଖରେ ବର୍ତ୍ତମାନ କିଛି ବି ଅଭିଯୋଗ ନାହିଁ ଲୋକମାନେ ୧୯୧୬ରେ କଲକରି ଅଭିଯୋଗ କଲେ ନଳକୁପ ମରାମତି ହେବ ବୋଲି ଆମପ୍ରତିନିଧିଙ୍କୁ ଜଣାଇଥିଲେ । ବ୍ଲକ ପ୍ରଶାସନ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିପଞ୍ଚାୟତରେ ପିଇବା ପାଣିର ସୁବନେ୍ଦାବସ୍ତ କରାଇବାକୁ ସାଧାରଣରେ ଦାବୀ ହେଉଛି ।