ବାଙ୍ଗିରିପୋଷି : ସାରାଦେଶକୁ କବଳିତ କରିସାରିଥିବା ମହାମାରୀ କରୋନାକୁ ହରାଇବା ଲାଗି ମହା ସଂଗ୍ରାମରେ ଜଣେ ଜଣେ ପାଲଟିଛନ୍ତି ଅପାରାଜେୟ ଯୋଦ୍ଧା ସେ ଡାକ୍ତର ହୁଅନ୍ତୁ କି ସ୍ୱାସ୍ଥ୍ୟ କର୍ମୀ ଅଥବା ପୁଲିସ ଓ ସରକାରୀ କର୍ମଚାରୀ,ଅଙ୍ଗନବାଡି କର୍ମୀ ଓ ଆଶା ଦିଦି । ନିଜ ନିଜ ସ୍ଥରରେ ସଭିଏଁ ନିଜ ଦାୟୀତ୍ୱକୁ ସୂଚାରୁ ରୂପେ ସମ୍ପାଦିତ କରିବାକୁ ଦିନ ରାତି ଏକ କରିଦେଉଛନ୍ତି । ତେବେ ଲକଡାଉନ ଓ ସାମାଜିକ ଦୂରତ୍ୱ ରକ୍ଷା ନିୟମକୁ କଡା କଡି ପାଳନ କରିବା ଲାଗି ପୁଲିସ ବାହିନିଙ୍କ ଅକ୍ଳାନ୍ତ ପରିଶ୍ରମକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି । ଟାଣ ଖରା ହେଉକି ରାତି,୨୪ ଘଣ୍ଟା ସେମାନେ ଲୋକଙ୍କ ସୁରକ୍ଷା ଲାଗି ତତ୍ପର । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନୀଧି ଦାସ । କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ନିଆଁରା ଢଙ୍ଗରେ ଲୋକଙ୍କୁ ସଚେତନ କରୁଛନ୍ତି । ଆଉ ଗାଁକୁ ଗାଁ ବୁଲି ସମସ୍ତଙ୍କ କଥା ବୁଝୁଛନ୍ତି । ଲୋକଙ୍କ ଭିତରେ ସଚେତନତାକୁ ବ୍ୟାପକ କରିବା ଲାଗି ଆଜି ଗୋଟିଏ ଦିନରେ ଦୀଘି ପଂଚାୟତ ଅନ୍ତର୍ଗତ କାସିଆବେଡା ଗ୍ରାମରେ ସେ ୩୫୦ ଲୋକଙ୍କୁ ମାସ୍କ ବାଣ୍ଟିବା ସହ ଖାଦ୍ୟ ବାଣ୍ଟିଛନ୍ତି । ଗ୍ରାମବାସୀଙ୍କ ମୁହଁରେ ଥାନା ଅଧିକାରୀ ନିଜେ ମାସ୍କ ପିନ୍ଧାଇବା ସହ ଜରୁରୀ କାମ ନଥିଲେ ଘରୁ ନ ବାହାରିବା,ସମାଜିକ ଦୂତତ୍ୱ ରକ୍ଷା କରିବା ଲାଗି ସଚେତନ କରିଥିଲେ । ଏଭଳି ଅସମୟରେ ଲୋକଙ୍କୁ ସେବା ଯୋଗାଉଥିବାରୁ ବେସ ଅତ୍ମସନ୍ତୋଷ ଲାଭ କରୁଛି । ଏହି ଅଭିଯାନ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି । ସ୍ଥାନୀୟ ସରପଂଚ ବଙ୍କିମ ଚନ୍ଦ୍ର ବିଜୁଳି,ସମିତି ସଭ୍ୟ ରମଚନ୍ଦ୍ର ମୁର୍ମ,ୱାର୍ଡ ମେମ୍ବର ଜୟରାମ ସିଂ,ସ୍ଥାନୀୟ ଅଙ୍ଗନବାଡି କର୍ମୀ,ଆଶା କର୍ମୀ ପ୍ରମୁଖ ସହଯୋଗ କରିଥିଲେ ।