ଚଣ୍ଡିଖୋଲ : ଲକଡାଉନ ଯୋଗୁ ଖୋଲା ଆକାଶତଳେ ଜୀବନ ବିତୁଛି । ଖାଲି ରନ୍ଧା ଖାଦ୍ୟ ଖାଇ ବଞ୍ଚୁଛନ୍ତି ୮ପ୍ରାଣୀ କୁଟୁମ୍ବ । ନିଜ କୌଳିକ ବୃତ୍ତିକୁ ବଂଚାଇବାକୁ ଯାଇଁ କେନ୍ଦ୍ରପଡାରୁ ବଡଚଣା ଆସିଥିଲେ । ଲକଡାଉନ ଘୋଷଣା ହେବା ପରେ ବୃତି ଦେଖାଇନପାରି ଗୋଟି ଗଛମୂଳେ ଜୀବନ ବିତାଉଥିବା ଏହି କେଳା ପରିବାରକୁ ଦେଖିବାକୁ ମିଳିଛି । ସ୍ଥାନୀୟ ସରପଂଚ ଓ ବିଭିନ୍ନ ସ୍ୱଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟରେ ଏମାନେ ଜୀବନ ବିତାଉଛନ୍ତି । କେନ୍ଦ୍ରପଡା ଜିଲା ମହାକାଳପଡା ଅଂଚଳର ରବିନ୍ଦ୍ର ଦାସ ଓ ତାଙ୍କ ପରିବାର ଆଜକୁ ଦୁଇବର୍ଷ ହେବ ଏହି ଅଂଚଳରେ ରହି ନିଜର କୌଳିକ ବୃତିକୁ ପଦର୍ଶନ କରି ପେଟ ପୋଷି ଆସୁଥିଲେ । ହେଲେ ଏବେ ଏହି ପରିବାର ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ଏହି ବାସହରା କେଳା ସମ୍ପ୍ରଦାୟର କୌଣସି କାର୍ଯ୍ୟ ନପାଇ ଓଳିଏ ଖାଇ ଓଳିଏ ଉପବାସରେ ରହୁଛନ୍ତି । ପଂଚାୟତ ପକ୍ଷରୁ ତାଙ୍କୁ ଯେତିକି ଖାଦ୍ୟ ମିଳୁଛି ସେତିକି ଖାଇ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବଡଚଣା ବ୍ଲକ ବନ୍ତଳା ପଞ୍ଚାୟତରେ । ଏହି ପଂଚାୟତ ଅଧିନରେ ଥିବା ଉପୁଳା ଗ୍ରାମ ସ୍କୁଲ ନିକଟରେ ଥିବା ରାସ୍ତାକଡରେ ଖୋଲଆକାଶ ତଳେ ରହୁଛନ୍ତି । ପଂଚାୟତ ତରଫରୁ ପୂର୍ବରୁ ସେମାନଙ୍କର କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଏବେ ସେମାନେ ବହୁ ଦୁଃଖକଷ୍ଟରେ ଜୀବନ ବିତାଉଥିବା ଶୁଣିବାକୁ ମିଳୁଛି । ଅସହାୟ ଅବସ୍ଥାରେ ଥିବା ଲୋକମାନଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଅଂଚଳବାସୀ ନିବେଦନ କରିଛନ୍ତି ।