Odisha news

ରଥ ନିର୍ମାଣ ଲାଗି ପହଞ୍ଚିଲା ଅଖ ଓ ଦଣ୍ଡା କାଠ

0

ପୁରୀ,୧୬ା୪: ଆସନ୍ତା ଜୁନ୍ ୨୩ ତାରିଖ ମଙ୍ଗଳବାର ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥାରୂଢ଼ ହୋଇ ଚତୁର୍ଦ୍ଧାମୂର୍ତ୍ତି ନବଦିନ ଯାତ୍ରାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଆରମ୍ଭ ହେବ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ ପାଇଁ ବିଭିନ୍ନ ବନାଞ୍ଚଳରୁ କାଠ ପହଞ୍ଚିବାରେ ଲାଗିଛି । ଗୁରୁବାର ଆଉ ଏକ ଟ୍ରିପ ରଥକାଠ ଆସି ପହଞ୍ଚିଛି । ଆସିଥିବା କାଠ ମଧ୍ୟରେ ଗୋଟିଏ ୪୦ଫୁଟିଆ ଅଶନ କାଠ ଓ ୧୯ଖଣ୍ଡ ୪୦ଫୁଟିଆ ଧଉରା କାଠ ଅର୍ନ୍ତଭୁକ୍ତ । ଏହି କାଠରେ ୩ ରଥର ଅଖ ଓ ଦଣ୍ଡା ନିର୍ମାଣ କରାଯିବ । ଘୋଷଯାତ୍ର ପାଇଁ ଆସନ୍ତା ୨୬ତାରିଖ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ ହୋଇଥିବା ବେଳେ ନୟାଗଡ ବନଖଣ୍ଡ ଅଞ୍ଚଳରୁ ରଥକାଠ ଶ୍ରୀକ୍ଷେତ୍ରରେ ପହଞ୍ଚିବାରେ ଲାଗିଛି । ପୂର୍ବରୁ ୨୨୪ଖଣ୍ଡ କାଠ ପହଞ୍ଚିସାରିଛି । ରଥ ନିର୍ମାଣ ପାଇଁ ୬୭୨ ଖଣ୍ଡ କାଠର ଆବଶ୍ୟକତା ରହିଥିବା ରଥ ଅମିନ ସୁଦର୍ଶନ ମେକାପ କହିଛନ୍ତି । ରାମନବମୀ ଠାରୁ କଟକରେ ଖପୁରିଆ ସମିଲରେ ରଥକାଠ ଚିରଟ ଅନୁକୂଳ ହୋଇଥିଲା । ପରମ୍ପରା ଅନୁଯାୟୀ ଚନ୍ଦନଯାତ୍ରାର ଶେଷ ଦିବସ ଭଉଁରୀରେ ୩ ରଥର ଚକ ଓ ଅଖ ଡେରାଯିବ ।ଜୁନ ୨୨ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ।

Leave A Reply