Odisha news

ସାମାଜିକ କଟକଣାରେ କୁଣ୍ଡପାଟଣା ହାଟ ବସିଲା

0

କୁଆଖିଆ,୧୪/୦୫ : ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ପଂଚାୟତ କୁଣ୍ଡପାଟଣା ହାଟ କରୋନା ପାଇଁ ବନ୍ଦ ଥିଲା ଚାଷୀ ଓ ଜନ ସାଧାରଣ ହଇରାଣ ହରକତ ହେଉଥିଲେ । ଫଳରେ ହାଟ ଚାଲୁ କରିବାକୁ ଜନ ସାଧାରଣ ଅନୁରୋଧ କରିବାରୁ ସରପଂଚ କୈଳାଶ ଚନ୍ଦ୍ର ସାହୁଙ୍କ ଉଦ୍ୟମରେ କୁଣ୍ଡ ପାଟଣା ହାଟ ସରକାରୀ ନିୟମରେ ଆରମ୍ଭ ହୋଇଡଛି ।

ଆଜି ହାଟରେ ସାମାଜିକ ଦୂରତା ଓ ସରକାରୀ କଟକଣାକୁ ମାନି ଚାଷୀ ମାନେ ଛାଡିଛାଡି ହୋଇ ବସିଥିଲେ ସେମାନଙ୍କର ପନିପରିବା ଓ ଅନ୍ୟ ସାମଗ୍ରୀ ସୁରୁଖୁରୁରେ ଖାଉଟି ମାନଙ୍କୁ ବିକ୍ରୀ କରିଥିଲେ । ଖାଉଟି ଏବଂ ବ୍ୟବସାୟୀ ମାନେ ମାସ୍କ ପିନ୍ଦି ସମଦୁରତ୍ୱ ରକ୍ଷ୍ୟା କରିଥିଲେ । ହାଟ ସକାଳ ୬ରୁ ଦି ୧୧ଟା ଯାଏ ବସିଥିବା ବେଳେ ସ୍ଥାନୀୟ ଅଂଚଳର ଚାଷୀ ମାନେ ଏବଂ ଅନ୍ୟ କ୍ରେତା ମାନେ ଆସି ସାମଗ୍ରୀ କ୍ରୟ କରିଥିଲେ ।

ଏଥିରେ ଓ୍ାଆଡ ମେମ୍ବର ଏବଂ ଅନ୍ୟ ମାନେ ହେଲେ ବାବୁଲି ସାହୁ,ବିକାଶ ନାୟକ,ହରିହର ସାହୁ, ରବିନ୍ଦ୍ର ସାହୁ,ନରେଶ ସାହୁ,ବିଶ୍ୱନାଥ ସାହୁ,ପ୍ରଭାତ ନାୟକ,ପ୍ରଭାକର ସାହୁ,ନରେନ୍ଦ୍ର କୁଣ୍ଡୁ,ଅଶୋକ ପୃଷ୍ଠି ସହଯୋଗ କରିଥିଲେ ।

Leave A Reply