କୁଆଖିଆ,୧୪/୦୫: ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମା ଖଣ୍ଡି ପ୍ରାଥମିକ କୃଷି ସେବା ସମବାୟ ସମିତିରେ ବିରି, ମୁଗ, ଚିନାବାଦାମ କ୍ରୟ କେନ୍ଦ୍ର ଆରମ୍ଭ ହୋଇଛି । ନାଫେଡ଼ ଭୁବନେଶ୍ୱର ଦ୍ୱାରା ମାର୍କଫେଡ଼ ସହାୟତାରେ ପ୍ର୍ରାଥମିକ କୃଷି ସେବା ସମବାୟ ସମିତି ଦ୍ୱାରା ସହାୟକ ମୂଲ୍ୟ ଯୋଜନା ପାଇଁ ·ଷୀମାନଙ୍କ ଠାରୁ ଚଳିତବର୍ଷର ବଳକା ବିରି, ମୁଗ, ଚିନାବାଦାମ କ୍ରୟ କରାଯିବାକୁ ନିଷ୍ପତି ନିଆଯାଇ ଆଜିଠାରୁ ଆରମ୍ଭ ହୋଇଛି ।
ସମିତିରେ ସିଇଓ କୃଷ୍ଣ ଚନ୍ଦ୍ର ନାୟକ ଏହାକୁ ଉଦଘାଟନ କରିଥିଲେ । ସମ୍ପାଦକ ପ୍ରଶାନ୍ତ ସାହାଣି ଚଳିତ ବର୍ଷ ଚାଷୀ ମାନଙ୍କ ଠାରୁ ନିର୍ଦ୍ଧାରିତ ଦର କୁ୍ୟଟାଲ ପିଛା ବିରି ୫,୭୦୦/-, ମୁଗ-୭୦୫୦/- ଚିନାବାଦାମ-୫୦୯୦/- ଟଙ୍କାରେ କ୍ରୟ କରିବାକୁ ଲକ୍ଷ ଧାର୍ଯ୍ୟ ରଖି ଆଜି ·ଷୀମାନଙ୍କ ଠାରୁ ସଂଗ୍ରହ କରାଯାଇଛି । ଏହି କେନ୍ଦ୍ର ଉଦଘାଟନ ଉତ୍ସବରେ ମାର୍କଫେଡ଼ ଭୁବନେଶ୍ୱରର କର୍ମକର୍ତା ଯୋଗ ଦେଇ ସମବାୟ ସମିତିର ·ଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚାଷୀ ଆଦିକନ୍ଦ ନାୟକ, ଅକ୍ଷୟ ନାୟକ, ପ୍ରମୋଦ ପଣ୍ଡା, ଅଭିମନୁ୍ୟ ସେଠୀ. ଗଜେନ୍ଦ୍ର ସୁର, ପ୍ରହଲ୍ାଦ ପଲ୍ଲେଇ, ନରେନ୍ଦ୍ର ବାହାଲିଆ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।