Odisha news

ସାପ କାମୁଡାରେ ୧୪ବର୍ଷର ବାଳକର ମୃତ୍ୟୁ

0

ଭଞ୍ଜନଗର,୨୮/୭(ଆପ୍ର)ସାପ କାମୁଡାରେ ଜଣେ ୧୪ବର୍ଷର ବାଳକର ମୃତ୍ୟୁ ଘଟିଛି । ତାରାସିଂ ଥାନା ଅନ୍ତର୍ଗତ କଳିଙ୍ଗପଦର ଗ୍ରାମର ଚୋରିଆ ସେଠୀଙ୍କ ପୁଅ ଶୁଭମ୍ ସେଠୀ(୧୪) ସୋମବାର ରାତିରେ ଖାଇପିଇସାରି ପରିବାର ଲୋକଙ୍କ ସହ ଘରେ ଶୋଇଥିଲେ । ହେଲେ ବିଳମ୍ବିତ ରାତିରେ ତାଙ୍କୁ କୌଣସି ବିଷଧର ସାପ କାମୁଡି ଦେଇଥିଲା ।

ତାର ଚିକ୍ରାର ଶୁଣି ପରିବାର ଲୋକମାନେ ଶୁଭମ୍କୁ ତୁରନ୍ତ ନିଜସ୍ୱ ବ୍ୟବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଆଉ ଏଠାରେ ଚିକିତ୍ସାଧୀ ଅବସ୍ଥାରେ ଶୁଭମ୍ର ମୃତ୍ୟୁ ଘଟିଥିଲା । ଏଭଳି ଘଟଣା ସଂପର୍କରେ ସୁଚନା ପାଇ ତାରାସିଂ ପୁଲିସ ଥାନା କେଶ ନମ୍ବର-୧୪/୨୦ ପ୍ରକାରେ ମାମଲା ରୁଜୁ କରି ଶବକୁ ବ୍ୟବଛଦ କରିବାସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Nalco
Leave A Reply