ବାଲିପାଟଣା- ୨୮-୦୭ (ଗଙ୍ଗାଧର ଓଝା) : ବାଲିପାଟଣା ବ୍ଲକ, ଆଲିସିଶାସନ ଗ୍ରାମ ପଚାଂୟତ ଅନ୍ତର୍ଗତ ସ୍ଥନୀୟ ବେଲମରା ଗ୍ରାମର ଜଣେ ମହିଳା କରୋନାରେ ସୁସ୍ଥ ହୋଇ ଫେରିବା ପରେ ପୁନଶ୍ଚ ଆଉଥରେ କରୋନା ପଜେଟିଭ ହୋଇ କୋଭିଡ୍ ହସପିଟାଲରେ ଚିକିସôିତ ହେବା ଘଟଣା ସ୍ଥନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ପୃକ୍ତ ଗ୍ରାମରେ ଭୟର ବାତାବରଣ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଗତ ଜୁନମାସରେ ସମ୍ପୃକ୍ତ ମହିଳାଙ୍କର ସ୍ୱାମୀ କର୍କଟ ରୋଗରେ ପିଡିତ ହୋଇ ମେଡିକାଲରେ ଚିକିସôିତ ହେଉଥିଲେ ।
ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ରହି ଦେଖାଶୁଣା କରୁଥିଲେ । ସେତେବେଳେ ତାଙ୍କ ସ୍ୱାବ ପରୀକ୍ଷା ପରେ କରୋନା ପଜେଟିଭ୍ ବାହାରିବାରୁ ତାଙ୍କୁ କୋଭିଡ୍ ହସପିଟାଲରେ ଚିକିସôା କରାଯାଇଥିଲା । ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ପୁନଶ୍ଚ ତାଙ୍କ ସ୍ୱାମୀଙ୍କର ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ୍ ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କର ସ୍ୱାବ ପରୀକ୍ଷା ପରେ ପଜେଟିଭ୍ ଜଣା ପଡିଥିଲା । ଏହା ଜଣାପଡିବା ପରେ ଉଭୟଙ୍କୁ କୋଭିଡ୍ ହସପିଟାଲରେ ରଖାଯାଇ ଚିକିସôା କରାଯାଉଥିବା ବେଳେ ଗ୍ରାମକୁ ସାଇନିଟାଇଜ୍ କରାଯାଇଥିବା ଜଣା ପଡିଛି ।
