ଭଞ୍ଜନଗର,୨୮/୭(ଆପ୍ର):ଜଗନ୍ନାଥପ୍ରସାଦ ବ୍ଲକର ପଞ୍ଚଭୂତି ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ରାଜ୍ୟ ସରକାର ସରପଞ୍ଚଙ୍କୁ ଦେଇଥିବା ଜିଲ୍ଲାପାଳ କ୍ଷମତା ବଳରେ ପଞ୍ଚଭୂତି ସରପଞ୍ଚ ପ୍ରମିଳା ଦୋରା କରୋନା ସଂକ୍ରମଣ ଏଡାଇବାକୁ ପଞ୍ଚଭୂତିକୁ ୩ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ବୁଧବାର ଭୋରରୁ ଏହା ଆରମ୍ଭ ହୋଇ ଶନିବାର ସକାଳ ୬ଟା ଯାଏଁ ବଳବତ୍ତର ରହିବ ।
ଏସଂପର୍କରେ ନିଜ କ୍ଷମତା ପ୍ରୟୋଗ କରି ସରପଞ୍ଚ ସଟ୍ ଡାଉନ୍ ଘୋଷଣା କରିବାପରେ ଏହାର ଏକ ନିର୍ଦ୍ଧାରଣ ପତ୍ର ଜଗନ୍ନାଥପ୍ରସାଦ ବିଡିଓ ସୁରେଶ ଚନ୍ଦ୍ର ପଣ୍ଡା ଓ ଥାନାକୁ ସୁଚୀତ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ସୁଚନାଯୋଗ୍ୟଯେ ପଞ୍ଚଭୂତିକୁ ଲାଗି ଯାତ୍ରା, କୁମୁଟି, ଚେଢେୟାପଲ୍ଲୀ ଆଦି ଗ୍ରାମର ଲୋକମାନେ ବଜାର କରିବାକୁ ଆସୁଥିବାରୁ ଏହିସବୁ ଗ୍ରାମରୁ କରୋନା ପଜଟିଭ୍ ବାହାରିବାପରେ କାଳେ ପଞ୍ଚଭୂତିକୁ ଏହା ସଂକ୍ରମିତ କରିବ ଏହି ଭୟରେ ସରପଞ୍ଚ ୩ ଦିନିଆ ସଟ୍ ଡାଉନ୍ ଘୋଷଣା କରିଥିବା ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି ।
