ଜଳେଶ୍ୱର : ଜଳେଶ୍ୱର ଫରେଷ୍ଟ ରେଞ୍ଜ ଅଧିନ ବିଭିନ୍ନ ସ୍ଥାନରେ ଘରୁ ଓ ଘର ନିକଟରୁ ବିଷଧର ସାପ ଦେଖା ଦେଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାଲାଗି ସ୍ନେକ ହେଲ୍ପଲାଇନ୍ରେ କେହି ନିଯୁକ୍ତ ନାହାନ୍ତି । ଫଳରେ ବହୁ ବିଷଧର ସର୍ପ ମୃତ୍ୟୁମୁଖରେ ପଡୁଛନ୍ତି ।
ଏପରି ଦୁଷ୍ପାପ୍ୟ ସାପଙ୍କୁ ରକ୍ଷା ଲାଗି ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିଯୁକ୍ତି ଅତ୍ୟାବଶ୍ୟକ ହୋଇଥିବା ବେଳେ ବାଲେଶ୍ୱର ଡିଭିଜନ୍ରେ କେହି ନ ଥିବାରୁ ଅସନ୍ତୋଷ ଦେଖା ଦେଉଛି । ଜଂଗଲ ବିଭାଗର କର୍ମଚାରୀମାନେ ଏପରି କାର୍ଯ୍ୟକୁ ଯିବାକୁ ରାଜି ହେଉନଥିବା ପ୍ରକାଶ ।
ଆଜି ଶନିବାର ରାଜଘାଟ ଗାଁର କାଳୀଚରଣ ନନ୍ଦଙ୍କ ଶୋଇବାଘରେ ଏକ ୬ଫୁଟ ଲମ୍ବର କାଳିନାଗ ଦେଖା ଦେଇଥିଲା । ପରିବାର ଲୋକେ ଭୟଭୀତ ହୋଇ ସାପଟିକୁ ମାରିଦେବାଲାଗି ଉଦ୍ୟତ ହେଉଥିବା ବେଳେ କାଳୀଚରଣ ଜଂଗଲ ବିଭାଗର କର୍ମଚାରୀ ସଂଜିବ ସେନାପତି ଓ ରେଞ୍ଜର ସରୋଜ କୁମାର ମହାନ୍ତିଙ୍କୁ ଖବର ପଠାଇଥିଲେ । ରେଞ୍ଜରଙ୍କ ନିଦେ୍ର୍ଦଶରେ ବନକର୍ମଚାରୀ ସଂଜିବ ସେନାପତି ଓ ଶିବ ମହାନ୍ତି ଘଟଣା ସ୍ଥଳକୁ ଯାଇ ସାପଟିକୁ ଉଦ୍ଧାରକରି କୁଳଡିହା ଜଂଗଲରେ ଛାଡିଛନ୍ତି
