Odisha news

ବାଲେଶ୍ୱର ଜିଲ୍ଲାରେ ପ୍ରଥମଥର ପାଇଁ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ : ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯୯ରେ ପହଞ୍ଚିଲା

0

ବାଲେଶ୍ୱର : ଗତକାଲି ବାଲେଶ୍ୱର ଜିଲ୍ଲାରେ ପ୍ରଥମଥର ପାଇଁ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି  ।  ମୃତକ ୨ଜଣ ହେଲେ ରେମୁଣା ବ୍ଲକ ବାଲିଆ ଅଞ୍ଚଳର ୬୦ ବର୍ଷିୟା ମହିଳା ଓ ଅନ୍ୟଜଣେ ଔପଦା ବ୍ଲକ ଅଞ୍ଚଳର ୬୨ ବର୍ଷିୟ ବୃଦ୍ଧ  ।  ଏ ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯୯ରେ ପହଞ୍ଚôଥିବା ବେଳୋ ଆଜି  ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳର୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛି  ।

ମିଳିଥିବା ସୂଚନା ଅନୁଯାୟୀ କୋରୁଆ-ବସ୍ତାରେ-୧, ରେମୁଣା-ହରିପୁରରେ-୧,ବାଲେଶ୍ୱର ସଦର -ସୋମନାଥପୁରରେ -୧, ସିମୁଳିଆର -କୁନିରାଇରେ -୧,ପାର୍ବତୀପୁରରେ -୧, କୁପାରୀ-ଖଇରାରେ -୧, ଜଳେଶ୍ୱରରେ-୧, ବାଲିଆରେ-୧, ବାଲେଶ୍ୱର ସଦର ସୁନ୍ଦୁରୀରେ -୧, ବସ୍ତା-ତାଡ଼ଦା-୧, ସୋର-ସୁନାରୀରେ -୧, କାଳୀପୁର- ରେମୁଣାରେ-୧, କଣ୍ଟାବଣିଆ-ସଦରରେ-୧, ରୁପ୍ସା-ମଛଡ଼ିହାରେ -୧ ବାଲେଶ୍ୱର ପୌରାଞ୍ଚଳ ଅନ୍ତର୍ଗତ ଆଜିମାବାଦ ଓ ମୋତିଗଞ୍ଜରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି   ।

Nalco
Leave A Reply