Odisha news

ସାପର ୨ଟି ଜିଭ ଥିବାର ରହସ୍ୟ କଣ ?

0
ନୂଆଦିଲ୍ଲୀ : ଦୁନିଆରେ ବିଭିନ୍ନ ପ୍ରଜାତିର ସାପ ରହିଥିବାର ଆମେ ଦେଖିଛୁ । ଆଜି ଆମେ ଜାଣିବା ସେହି ସାପ ମାନଙ୍କର ଜିଭ ବିଷୟରେ । ମଣିଷ ସହିତ ଅଧିକାଂଶ ଜୀବଜନ୍ତୁଙ୍କର ହୋଇଥାଏ ଗୋଟିଏ ଜିଭ । କିନ୍ତୁ ସାପର ଜିଭକୁ କଣ ପାଇଁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଏହି ପ୍ରଶ୍ନଟି ଅନେକ ବର୍ଷ ଧରି ବୈଜ୍ଞାନିକ ଓ ଯିବ ବିଜ୍ଞାନୀ ମାନଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ସାପ ସବୁବେଳେ ନିଜ ଜିଭକୁ ପଦାକୁ ବାହାର କରି ଅଲଗା ଅଲଗା ଦିଗରେ ବୁଲାଇ ଥାଏ , ଏହାର କଣ ରହିଛି କାମ ? କଣ ଏହାର ସମ୍ପର୍କ ମଣିଷର ଦୁଇଟି କାନ ଓ ନାକ ପୁଡ଼ା ସହିତ ରହିଛି ।ଆସନ୍ତୁ ଜାଣିବା ସାପ ଜିଭ ଦୁଇ ଭାଗରେ ବଣ୍ଟା ହେବାର କାରଣ କଣ ?
 କନେଡିକଟ ବିଶ୍ୱ ବିଦ୍ୟାଳୟରେ ବାୟୋଲୋଜି ପ୍ରଦେଶର କହିଛନ୍ତି ସାପର ଜିଭ ଦୁଇ ଭାଗରେ ବଣ୍ଟା ହେବାର କାହାଣୀ ଆରମ୍ଭ ହୋଇଛି ଡାଇନୋସର ସମୟରୁ । ଏହି ଘଟଣାଟି ହେଉଛି ପାଖାପାଖି ୧୮ କୋଟି ବର୍ଷ ପୂର୍ବର । ସାପ ମାନେ କୌଣସି ଭୟଙ୍କର ଜୀବଜନ୍ତୁଙ୍କ ପାଦତଳେ ନଆସି ଯାଆନ୍ତୁ ସେଥିପାଇଁ ମାଟି ତଳେ ଲୁଚି ରହିଥାନ୍ତି । ଏମାନେ ବିନା ଆଲୋକରେ ଯେକୌଣସି ଜିନିଷକୁ ଝାପ୍ସା ଦେଖିଥାନ୍ତି ।ସାପ ଜିଭ ତାର ନାକ ଭଳି କାମ କରିଥାଏ ।
ଗନ୍ଧ ଶୁଙ୍ଘିବାକୁ ପାଇଁ ସେ ପବନରେ ଜିଭ ହଲାଇ ଥାଏ । ଫ୍ରାନ୍ସର ଜଣେ ପ୍ରାକୃତିକ ବେଳେ ସେଷଜ୍ଞ କହିଛନ୍ତି ସାପ ଯେକୌଣସି ଖାଦ୍ୟର ଅଧିକ ସ୍ଵାଦ ନେବାପାଇଁ ତା ଜିଭ ଦୁଇଟି ଭାଗରେ ବଣ୍ଟା ହୋଇଛି । ଆଉ କିଛି ବୈଜ୍ଞାନିକ କହିଛନ୍ତି କୀଟ ପତଙ୍ଗକୁ ଖାଇବା ପାଇଁ ସେ ନିଜର ଦୁଇଟି ଜିଭର ପ୍ରୟୋଗ କରୁଛି। ଜଣେ ପ୍ରାଣୀ ବିଶେଷଜ୍ଞ କହିଛନ୍ତି ସାପର ଦୃଷ୍ଟିଶକ୍ତି କମ୍ ରହିଥିବା କାରଣରୁ ସେ ବିଭିନ୍ନ ଜିନିଷକୁ ଅନୁଭବ କରିବା ପାଇଁ ଦୁଇଟି ଜିଭର ପ୍ରୟୋଗ କରିଥାଏ ।
ଏବିଷୟରେ ପ୍ରକୃତ ଘଟଣା ୧୯୦୦ ମସିହା ପରେ ଜଣା ପଡିଲା । ସାପର ଏହି ଜିଭକୁ ବୋମେରୋମେଜଲ୍ ଅଙ୍ଗ କୁହାଯାଏ । ଏହି ଅଙ୍ଗ ଅଧିକାଂଶ ଜୀବଜନ୍ତୁ ମାନଙ୍କ ପାଖରେ ରହିଛି , ଯେଉଁ ମାନେ ମାଟି ଉପରେ ଘୁଷୁରୀ ଘୁଷୁରୀ ଯାଆନ୍ତି । ବୋମେରୋମେଜଲ୍ ଅଙ୍ଗ ସାପର ନାକ ତଳେ ରହିଥାଏ । ଏହା ଜିଭର ଦୁଇ ଭାଗରେ ଗନ୍ଧକୁ ଅନୁଭବ କରିବା ପାଇଁ ପବନରେ ଜିଭକୁ ହଲାଇ ଥାଏ । ଯେଉଁ କାରଣରୁ ସାପ ଜାଣି ପରେ ଆଗରେ ତାର କଣ ରହିଛି । ଏହା ଦ୍ବାରା ସେ ସ୍ୱାଦକୁ ମଧ୍ୟ ଅନୁଭବ କରିଥାଏ ।
ଏହି ଜିଭ ସାହାଯ୍ୟରେ ସେ ମତିଷ୍କକୁ ସନ୍ଦେଶ ମଧ୍ୟ ପଠାଇ ପାରେ।ସାପ ଯେତେବେଳେ ମତିସ୍କକୁ ସନ୍ଦେଶ ଜଣାଏ ତା ପୂର୍ବରୁ ସେ ସତର୍କ ହୋଇଯାଏ ଯେ କଣ ବିପଦ ରହିଛି ଓ କଣ ତାକୁ ଲାଭ ମିଳିବ ।ସାପର ଜିଭ ଦୁଇ ଭାଗରେ ବଣ୍ଟା ହେବାର ଏହା ଏକ ପ୍ରାକୃତିକ ଅଦ୍ଭୁତ ଘଟଣା ଠାରୁ କମ୍ ନୁହେଁ ।
Leave A Reply