Odisha news

ଝରୀଗାଁ ବନବିଭାଗ ଦ୍ୱାରା ଉଦ୍ଧାର ହେଲା ବୁଢାସାପ

ନବରଙ୍ଗପୁର (କେ.ସାକିଲି ଦୋରା।)–ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚକଲାପଦର ଗ୍ରାମପଂଚାୟତ ଅନ୍ତର୍ଗତ ଡକରିକୋଟ ଗ୍ରାମର ମହେଶ୍ୱର ଗୌଡ଼ ଙ୍କ ମକା ବାଡ଼ରୁ ଉଦ୍ଧାର କରାଯାଇଥିଲା ଏହି ସାତଫୁଟ ଲମ୍ବା ସାପଟିକୁ l ସୂଚନା  ଅନୁଯାଇ, ଭରକିଭଟା ଗ୍ରାମର ଲୋକେ ମକା ଗଛରେ ସାର ଦେବାଲାଗି ଡକରିକୋଟ ଗ୍ରାମକୁ ଯାଇଥିଲେ l ମକା ଗଛରେ ସାର ଦେଉଥିବା ଅବସ୍ଥାରେ ସାପଟିକୁ ଜମି ଭିତରେ ଥିବା ଦେଖି ସମସ୍ତେ ବିଚଳିତ ହୋଇପଡିଥିଲେ l ସେହି ଡକରିକୋଟ ଗ୍ରାମର ଥବିର ପୂଜାରୀ ବନ କର୍ମଚାରି ଙ୍କୁ ଖବର ଦେଇଥିଲେ l ବନ କର୍ମଚାରି ଫରେଷ୍ଟର ଚକ୍ରଧ୍ୱଜ ଲମତା ଙ୍କ ତତ୍ୱାବଧାନରେ ପାରା ଫରେଷ୍ଟର ଗଣପତି ଭତରା, ନର୍ସରୀ ଜଗୁଆଳି ସୁକାଦlଶ ଗୌଡ଼ ଏବଂ ଫରେଷ୍ଟ ଗାର୍ଡ ନଗେନ୍ଦ୍ରନାଥ ପୂଜାରୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିଥିଲେ ।ବୁଡାସାପ ର ଓଜନ ୧୭ କିଲୋଗ୍ରାମ ହେବ ବୋଲି ବନ ବିଭାଗ ଆକଳନ କରିଛି।ଝରୀଗାଁ ବନାଞ୍ଚଳ ଅଧିକାରୀ ତଥା ରେଞ୍ଜର ଶ୍ରୀ ମୁକୁନ୍ଦ ଦିଶାରୀ ଙ୍କ ନିର୍ଦେଶ କ୍ରମେ ଅପରାହ୍ନ ସମୟରେ ପାନାବେଡ଼ା ରିଜର୍ଭ ଜଙ୍ଗଲ ମଧ୍ୟରେ ଛାଡ଼ି ଦେବା ନେଇଁ ଫରେଷ୍ଟର ଶ୍ରୀ ଲମତା ସୂଚନା ଦେଇଥିଲେ

Comments are closed.