ନୂଆଦିଲ୍ଲୀ : ବିହାରର ଖଗଡିଆରେ ଜଣେ ସାପୁଆ କେଳା ଡିଜେର ଗୀତାରେ ସାପଖେଳ ଦେଖାଉଥିବା ତାକୁ ମାହାଙ୍ଗା ପଡିଲା l ଖେଳ ଦେଖାଉଥିବା ସମୟରେ ବିଷଧର ସାପଟି ତାକୁ ଦଂଶନ କରିଥିଲା ଓ ତାର ମୃତ୍ୟୁ ମଧ୍ୟ ହୋଇଥିଲା l ଏହି ଘଟଣାଟି ଘଟିଥିଲା ପନସଲବା ଗାଁରେ l ଘଟଣାଟି ଏହିପରି ଗାଁର କିଛି ଲୋକ ଗୋଟିଏ ସ୍ଥାନୀୟ ଉତ୍ସବକୁ ନେଇ କର୍ମାଧର୍ମା ପ୍ରତିମାର ବିସର୍ଜନ କରିବା ପାଇଁ ନଦୀ କୂଳକୁ ଯାଉଥିଲେ l

ଏହି ସମୟରେ ଗାଁର ଶମ୍ଭୁ ସିଂହ ଗୋଟିଏ ବିଷଧର ସାପକୁ ନେଇ ସମସ୍ତଙ୍କ ସହିତ ମୂର୍ତ୍ତି ଵିସର୍ଜନରେ ସାମିଲ ହୋଇ ସାପଖେଳ ଦେଖାଇବାକୁ ଲାଗିଲା l

ଶମ୍ଭୁ ସିଂହ ଯେତେବେଳେ ସାପଖେଳ ଦେଖାଉଥିଲା ,ସେଠାରେ ଉପସ୍ଥିତ ଥିବା ଲୋକ ତଳିମାରି ତାର ଉତ୍ସାହ ବଢ଼ୁଥିଲେ l ଏହି ସମୟରେ ସାପଟି ଶମ୍ଭୁ ସିଂହଙ୍କ ପିଠିରେ ଚୋଟ ମାରିଥିଲା l ସାପର ଚୋଟ ମାରିବା ପରେ ମଧ୍ୟ ଶମ୍ଭୁ ସିଂହ ପାଖାପାଖି ଅଧ ଘଣ୍ଟା ପର୍ଯ୍ୟନ୍ତ ଡିଜେ ଗୀତାରେ ସାପଖେଳ ଦେଖାଇଥିଲା l ଅଧ ଘଣ୍ଟା ପରେ ଅଚାନକ ଶମ୍ଭୁ ସିଂହ ବେହୋସ ହୋଇ ତଳେ ପଡି ଯାଇଥିଲା l

ଏହା ପରେ ସବୁ ଲୋକମାନେ ଶମ୍ଭୁ ସିଂହ ପାଖକୁ ଦୌଡ଼ି ଆସିଥିଲେ l ଏହା ପରେ ତାକୁ ଉଠାଇ ବେଲଦଉର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ,ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତାଙ୍କର ପରିଜନ ମାନେ କହିଛନ୍ତି ଯେ ଶମ୍ଭୁ ସିଂହ ସାପ ଧରିବାରେ ନିପୁଣ ଥିଲେ ଓ ଯେତେ ବିଷଧର ସାପ ହେଲେ ମଧ୍ୟ ସେ ଖୁବ ସହଜରେ କାବୁ କରି ପାରୁଥିଲେ l

LEAVE A REPLY

Please enter your comment!
Please enter your name here