Odisha news

କରୋନା କଟକଣାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ଗଞ୍ଜେଇ ମାଫିଆ : ବାଲିଗୁଡା ପୋଲିସ ପକ୍ଷରୁ ଲଗାତାର ୨ଟି ଯାଗାରୁ ୧୨୧ କିଗ୍ରା ଜବତ ୫ ଗିରଫ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରଶାସନ ଓ ପୋଲିସର ନଜର ଆଢୁଆଳରେ କିଛି ଗଞ୍ଜେଇ ମାଫିଆ ଜିଲ୍ଲାରୁ ବାହାର ଜିଲ୍ଲାକୁ ଗଞ୍ଜଇ ଚାଲାଣ ପାଇଁ ପ୍ରଚେଷ୍ଟା ଚଳାଇଥିବା କିଛି ଦିନ ହେଲା ଦେଖିବାକୁ ମିଳୁଛି । ହେଲେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲଙ୍କ ନିଦେ୍ର୍ଧଶରେ ଜିଲ୍ଲାର ପୋଲିସ ଏହିଚାଲାନ କାର୍ଯ୍ୟକୁ ରୋକିବାକୁ କଡା ନଜର ରଖିଥିବା ଦେଖିବାକୁ ମିଳୁଛି ।

ଯାହାର ପରିଣାମ ସ୍ୱରୁପ ପୋଲିସ ପକ୍ଷରୁ ମଧ୍ୟ ବିପୁଳ ମାତ୍ରାରେ ଗଞ୍ଜଇ ଚାଲାଣ ବେଳେ ଜବତ କରାଯାଉଥିବା ଖବର ଆସୁଛି । ସେହିପରି ଜିଲ୍ଲାର ବାଲିଗୁଡା ଥାନା ପୋଲିସ ବାଲିଗୁଡା ଥାନା ଅଂଚଳର ପୋଖରୀବନ୍ଧ ନିକଟରେ ଥିବା ଜଙ୍ଗଲରେ ଏକ ଅଟୋ (ଓଡି-୧୨ ଏ ୩୬୮୪)ରୁ ତିନିଟି ବସ୍ତାରେ ସେହି ଅଂଚଳରୁ ଅନୁଗୁଳ ଅଂଚଳକୁ ଚାଲାଣ ହେଉଥିବାବେଳେ ଜବତ କରିବା ସହିତ ଅଟୋକୁ ମଧ୍ୟ ଜବତ କରି ଚାଲାଣର ଅଭିଯୁକ୍ତ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଂଚଳର ଜେନଓ କୁମାର ସାହୁ ଏବଂ ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଅଂଚଳର ସୁବାସ ମଲ୍ଲିକଙ୍କୁ ଗିରଫ କରି ଏକ ମାମଲା ୧୫୩/୨୦ ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

ସେହିପରି ଆଉ ଏକ ଘଟଣାରେ ବାଲିଗୁଡା ଥାନା ପୋଲିସ ଦୁଇଟି ବାଇକରେ ଚାଲାଣ ହେଉଥିବା ୧୭ କିଗ୍ରା ଗଞ୍ଜେଇକୁ ମଧ୍ୟ ଜବତ କରିଛି । ସେମାନଙ୍କ ଠାରୁ ବାଇକ ଓ ଗଞ୍ଜେଇ ଜବତ କରିବା ସହିତ ଏକ ମାମଲା ୧୫୬/୨୦ ରୁଜ୍ଜୁ କରି ଘଟଣାର ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରି ସେମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରିଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି ।

Leave A Reply