Odisha news

ସିଗାରେଟ ସେବନ କରୁଥିଲେ ହୋଇଯାଆନ୍ତୁ ସାବଧାନ ! ନପୁଂସକ କରିପାରେ ଏହାର ପ୍ରଭାବ : ରିସର୍ଚ୍ଚ

0

ବର୍ତମାନ ସିଗାରେଟ ଟାଣିବା ଅଭ୍ୟାସ ଦିନକୁ ଦିନ ବଢ଼ିବାରେ ଲାଗୁଛି l ଏହା ବିଶେଷ ଭାବରେ ଯୁବପିଢ଼ି ଙ୍କୁ ପ୍ରଭାବିତ କରୁଛି l ଭାରତରେ ପ୍ରତ୍ୟେକ ୬ଜଣ ରେ ଜଣେ ବ୍ୟକ୍ତି ସିଗାରେଟ ସେବନ କରିଥାଆନ୍ତି l ବିଶେଷ ଭାବରେ ଆଜିର ତାରିଖରେ ଅଧିକ ରୁ ଅଧିକ ଯୁବପିଢ଼ି ଯିଏକି ୧୮ରୁ ୩୦ ବର୍ଷ ମଧ୍ୟରେ ରହୁଛନ୍ତି ସେମାନେ ଅଧିକ ପ୍ରଭାବିତ ହେଉଛନ୍ତି l ନିକଟରେ ହୋଇଥିବା ଗୋଟିଏ ରିସର୍ଚ୍ଚ ରେ କୁହାଯାଇଛି ଯେ ଅଧିକ ସିଗାରେଟ ଟାଣିବା ଦ୍ୱାରା କ୍ୟାନ୍ସର, ହୃଦ ରୋଗ, ଅଲସର , ରକ୍ତ ହୀନତା, ନପୁଂସକତା ଦେଖିବାକୁ ମିଳୁଛି l

ଏହି ରିସର୍ଚ୍ଚ ରେ କୁହାଯାଇଥିଲା ଯେ :-
* ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କୁ ୟୁଫରିୟା ହୋଇ ଯାଇଥାଏ l ଯେଉଁ କାରଣରୁ ସିଗାରେଟ ଟାଣିବା ମାତ୍ରକେ ମନ ଫୁର୍ତି ଲାଗିଥାଏ ଓ ଶକ୍ତି ବୃଦ୍ଧି ହେବାଭଳି ଅନୁଭବ ହୋଇଥାଏ l

* କିନ୍ତୁ ସିଗାରେଟ ଧୀରେ ଧୀରେ ପୁରୁଷ ମାନଙ୍କର ସ୍ପର୍ମ କାଉଣ୍ଟ କମାଇ ଦେଇଥାଏ l ଯଦି ମହିଳାମାନେ ସିଗାରେଟ ସେବନ କରି ଥାଆନ୍ତି ତେବେ ସେମାନେ ଗର୍ଭ ଧାରଣ କରିବାରେ ସମସ୍ୟା ଦେଖା ଯାଇଥାଏ l

* ଗୋଟିଏ ଅଧ୍ୟୟନ ଅନୁସାରେ ସିଗାରେଟ ସେବନନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ନପୁଂସକତା ର ସମୁଖୀନ ହୋଇ ଥାଆନ୍ତି l ଏହାଛଡା ଅନେକ ଗୁଡିଏ ଗମ୍ଭୀର ରୋଗର ସମ୍ଭାବନା ମଧ୍ୟ ଦେଖିବାକୁ ମିଳିଥାଏ l

ସିଗାରେଟ ଟାଣିବା ଦ୍ୱାରା ଶରୀର କ୍ଷତିଗ୍ରସ୍ତ ହେଲେ ମିଳିଥାଏ କିଛି ବିଶେଷ ଲକ୍ଷଣ –
– ଆବଶ୍ୟକତା ଠାରୁ ଅଧିକ ଛାତିରେ କଫ ଜମିଥାଏ l
– ସାମାନ୍ୟ କାର୍ଯ୍ୟରେ ଅଧିକ ଧଇଁସଇଁ ଲାଗିଥାଏ l
– ସବୁବେଳେ ଗ୍ୟାସ ଦ୍ୱାରା ପ୍ରଭାବିତ ହେବାର ଦେଖା ଯାଇଥାଏ l
– ହାର୍ଟ ବିଟ ରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳେ l

Leave A Reply