ଗବେଷଣା ରୁ ଖୁଲାସା : ଫ୍ରିଜ ଏବଂ ଏସି ରୁ ଏଭଳି ବାହାରୁଛି ବିଷାକ୍ତ ଗ୍ୟାସ , ଯାହାକି ଅନେକ ଗୁଡିଏ ଗମ୍ଭୀର ରୋଗର କାରଣ ଅଟେ
ଆଜିର ବିଜ୍ଞାନ ଯୁଗରେ ଏୟାରକଣ୍ଡିସନର ଓ ଫ୍ରିଜ ମଣିଷ ଜୀବନ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ ଜିନିଷ ହୋଇଯାଇଛି l କିନ୍ତୁ ଏହି ଦୁଇଟି ଜିନିଷ ରେ ରହିଥିବା ହାଇଡ୍ରୋଫ୍ଲୋରକାର୍ବନ୍ସ ଏତେ ଶରୀର ପାଇଁ କ୍ଷତିକାରକ ହୋଇଛି ଯେ ଯାହାକୁ ୟୁରୋପୀୟ ରାଷ୍ଟ୍ରରେ ଏହା ଉପରେ ବ୍ୟାନ କରାଯିବାର ପ୍ରସ୍ତୁତି ଚାଲିଛି l ହାଇଡ୍ରୋଫ୍ଲୋରକାର୍ବନ୍ସ ଗ୍ୟାସ ଉଭୟ ପର୍ଯ୍ୟାବରଣ ଓ ଲୋକ ମାନଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି l ବର୍ତମାନ ୟୁରୋପୀୟ ସଂଘରେ ହାଇଡ୍ରୋଫ୍ଲୋରକାର୍ବନ୍ସ ଗ୍ୟାସ କୁ କିପରି ମଣିଷ ଓ ପର୍ଯ୍ୟାବରଣ ଠାରୁ ଦୂରେଇ ରଖାଯିବ ସେ ବିଷୟରେ ବିଚାର ବିମର୍ଶ ଚାଲିଛି l ଏହି ଗ୍ୟାସ ଗରମ ଓ ଥଣ୍ଡା ଉପକରଣ ବ୍ୟତୀତ ଫୋମ ରେ ମଧ୍ୟ ବ୍ୟବହୃତ ହୋଇଥାଏ l
* ଫ୍ଲୋରିନ ଓ ହାଇଡ୍ରୋଜେନ ର ପରମାଣୁରୁ ପ୍ରସ୍ତୁତ ହୋଇଥିବା ହାଇଡ୍ରୋଫ୍ଲୋରକାର୍ବନ୍ସ ଗ୍ୟାସ ପୃଥିବୀକୁ ସୂର୍ଯ୍ୟର ବିକୀରଣ ରୁ ରକ୍ଷା କରୁଥିବା ଓଜନ ଗ୍ୟାସ କ୍ଷତି ଘଟାଇ ଥାଏ l ଏହି ଗ୍ୟାସ ର ବ୍ୟବହାର ବିଶେଷ ଭାବରେ ଏୟାରକଣ୍ଡିସନାର, ର୍ରେଫ୍ରିଜେରେଟର, ହିଟ ପମ୍ପ, ଏୟାରଷୋଳସ ଓ ପ୍ରେସର ସ୍ପ୍ରେ ରେ କରାଯାଇଥାଏ l
* ରେଫରୀଜେରେଟର ଓ ଏସି ରେ ବିଶେଷ ଭାବରେ କ୍ଲୋରୋଫ୍ଲୋର କାର୍ବନ ଅର୍ଥାତ ସିଏଫସି ର ବ୍ୟବହାର ହୋଇଥାଏ l ଏହି ଗ୍ୟାସ ଓଜନ କୁ ସବୁଠୁ ଅଧିକ କ୍ଷତି କରାଇଥାଏ l ସିଏଫସି ରୁ ବାହାରୁଥିବା କଲରିଂ ଗ୍ୟାସ ଓଜନ ର ୩ଟି ଅକ୍ସିଜେନ ପରମାଣୁ ମାନଙ୍କ ମଧ୍ୟରୁ ଏକ ସାଙ୍ଗରେ ଋଆକ୍ସନ କରିଥାଏ l
* ପୃଥିବୀ ପୃଷ୍ଠରୁ ୩୦ ମାଇଲ ଉପରେ ଆମର ବାୟୁମଣ୍ଡଳ ରହିଥାଏ l ଓଜନ ଲେୟାର ର ଅନ୍ୱେଷଣ ୧୯୧୩ ରେ ଫ୍ରେଞ୍ଚ ବୈଜ୍ଞାନିକ ଫେବରୀ ଚାର୍ଲସ ଓ ହେନରୀ ବୁସନ କରିଥିଲେ l
* ଏହି ଅଧ୍ୟୟନ ରେ କୁହାଯାଇଛି ଯେ ଓଜନ ସ୍ତର ହାଇଡ୍ରୋଫ୍ଲୋରକାର୍ବନ୍ସ ଦ୍ୱାରା ପ୍ରଭାବିତ ହେଲେ କେଉଁସବୁ ରୋଗର କାରଣ ହୋଇଥାଏ -:
– ଓଜନ ସ୍ତର କ୍ଷତିଗ୍ରସ୍ତ ହେବା ଦ୍ୱାରା କ୍ୟାନ୍ସର ଭଳି ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଥାଏ l
– ଏହା ଛଡା ସ୍କିନ କ୍ୟାନ୍ସର ମଧ୍ୟ ଏହାର ଗୋଟିଏ ବଡ଼ କାରଣ ଅଟେ l
– ମ୍ୟାଲେରିଆ ଓ ମୋତିଆବିନ୍ଦୁ ଅଧିକ ହେବାର ସମ୍ଭାବନା ରହିଥାଏ l
– ହାଇଡ୍ରୋଫ୍ଲୋରକାର୍ବନ୍ସ ଦ୍ୱାରା ସବୁଠୁ ଅଧିକ ସମୁଦ୍ରକୂଳ ବାସୀ ପ୍ରଭାବିତ ହୋଇଥାଆନ୍ତି l
– ହାଇଡ୍ରୋଫ୍ଲୋରକାର୍ବନ୍ସ ଦ୍ୱାରା ଓଜନ ସ୍ତର ପ୍ରଭାବିତ ହୋଇ ଖୁବ ପତଳା ହୋଇଯାଇଥାଏ ଏବଂ ସମୁଦ୍ର ମଧ୍ୟରେ ରହୁଥିବା ବିଭିନ୍ନ ଜଳଚର ଜୀବ ମଧ୍ୟ ଖୁବ ଅଧିକ ପ୍ରଭାବିତ ହୋଇଥାଆନ୍ତି l
– ଓଜନ ସ୍ତର ପ୍ରଭାବିତ ହେବା ଦ୍ୱାରା ସୂର୍ଯ୍ୟଙ୍କ ପାରାବାଇଗଣୀ କିରଣ ସିଧାସଳଖ ପୃଥିବୀ ଉପରେ ପଡ଼ିବା ସହିତ ଜୀବଜଗତ ପ୍ରଭାବିତ ହୋଇଥାଏ l