Odisha news

ଗବେଷଣାରୁ ନୂଆ ଖୁଲାସା : ଦିନକୁ ୩ଘଣ୍ଟାରୁ ଅଧିକ ସ୍ମାର୍ଟ ଫୋନ ବ୍ୟବହାର ହୋଇପାରେ ଗମ୍ଭୀର ଶାରୀରିକ ସମସ୍ୟାର କାରଣ

0

ଆଜିର ଯୁଗରେ ସବୁଠୁ ଅଧିକ ବ୍ୟବହୃତ ଜିନିଷ ହେଉଛି ସ୍ମାର୍ଟ ଫୋନ, ଓ କମ୍ପ୍ୟୁଟର l କିନ୍ତୁ ଏହାକୁ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରିବା ଆଦୌ ଠିକ ନୁହେଁ l  ଗୋଟିଏ ଗବେଷଣା ଅନୁସାରେ ନିର୍ଦ୍ଧିଷ୍ଟ ବୟସ ସୀମା ପରେ ଅଧିକ ଏହି ଦୁଇଟି ଜିନିଷ କୁ ବ୍ୟବହାର କରିବା ଦ୍ୱାରା ଶାରୀରିକ ସମସ୍ୟା ଦେଖା ଦେଇଥାଏ l କିନ୍ତୁ ଡିଜିଟାଲ ଦୁନିଆର ବଢୁଥିବା ଚାହିଦାକୁ ଦେଖି ଏହି ୨ଟି ଉପକରଣ ଉପରେ ଆମେମାନେ ଅଧିକ ନିର୍ଭରଶୀଳ ହୋଇ ଯାଉଛୁ l  ସ୍କୁଲ କିମ୍ବା ଅଫିସର ପ୍ରାୟ ସମସ୍ତ କାମ ପାଇଁ ଆମେ ଅଧିକ ଏହି ଦୁଇଟି ଜିନିଷ ଉପରେ ନିର୍ଭରଶୀଳ ହେଉଚୁ l  କିନ୍ତୁ ଆବଶ୍ୟକତା ଠାରୁ ଅଧିକ ସ୍ମାର୍ଟ ଫୋନ ର ବ୍ୟବହାର ଅନେକ ଗୁଡିଏ ରୋଗର ଉପହାର ନେଇ ଆମପାଇଁ ଆସିଥାଏ l

* ସ୍ମାର୍ଟଫୋନ ଅଧିକ ବ୍ୟବହାର ଦ୍ୱାରା କଣ ଅସୁବିଧା ହୋଇଥାଏ ଏହାର ପ୍ରମାଣ ବ୍ରାଜିଲ ର ଗୋଟିଏ ଗବେଷକଙ୍କ ନିକଟରୁ ମିଳିଛି l ଯିଏକି ମେରୁଦଣ୍ଡ ପାଇଁ କେତେ କ୍ଷତିକାରକ ତାହା କହିଛନ୍ତି l  ଯେଉଁଥିରେ ପେଟେଇ ହୋଇ ଫୋନ ବ୍ୟବହାର କରିବା ଓ ଦିନକୁ ୩ଘଣ୍ଟା ରୁ ଅଧିକ ସମୟ ଫୋନ ସ୍କ୍ରିନ ବ୍ୟବହାର ଦ୍ୱାରା  କଣ ହୋଇଥାଏ ତାହା ଦର୍ଶଇଛନ୍ତି l ସାଇଣ୍ଟିଫିକ ଜର୍ଣ୍ଣାଲ ର ଗୋଟିଏ ସୂଚନା ଅନୁସାରେ ସାମ୍ନା କୁ ଆସିଛି ଯେ ୩ଘଣ୍ଟା ରୁ ଅଧିକ ସ୍ମାର୍ଟ ଫୋନ ବ୍ୟବହାର କରିବା ଦ୍ୱାରା ଅଳ୍ପ ବୟସରୁ ପିଠି ଯନ୍ତ୍ରଣାର କାରଣ ହୋଇଥାଏ l

* ଏହି ଗବେଷଣା ଟି ଥେରେସିକ ସ୍ପାଇନ ପେନ କୁ କେନ୍ଦ୍ରିତ କରି ହୋଇଥିଲା l ଯେଉଁଥିରେ ହାଇସ୍କୁଲ ରେ ପଢ଼ୁଥିବା ପିଲା ମାନେ ଓ ୧୪ ରୁ ୧୮ ବର୍ଷ ଆୟୁର ଯୁବବର୍ଗ ଙ୍କୁ ନେଇ ହୋଇଥିଲା l ଏହି ଷ୍ଟଡି ରେ ୧୬୨୮ ଛାତ୍ର ସାମିଲ ହୋଇଥିଲେ l ଯେଉଁଥିରେ ଜଣା ପଡିଥିଲା ଯେ ଥେରେସିକ ସ୍ପାଇନ ଯନ୍ତ୍ରଣା ଦ୍ୱାରା ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଅଧିକ ପ୍ରଭାବିତ ହୋଇଥିଲେ l

* ଅଧ୍ୟୟନ କହୁଛି  ଥେରେସିକ ସ୍ପାଇନ ଯନ୍ତ୍ରଣା ଦ୍ୱାରା ପୀଡିତ ହୋଇଥାଆନ୍ତି ଖୁବ କମ ଆୟୁବର୍ଗ ର ପିଲାମାନେ l କାହିଁକି ଆଜିକାଲି ପିଲାମାନଙ୍କ ନିକଟରେ ବାହାର ଖେଳ ଅପେକ୍ଷା ଘର ଭିତରେ ରହି ବିଭିନ୍ନ ଇଲେକଟ୍ରୋନିକ୍ସ ଗ୍ୟଯେତ ରେ ଖେଳିବା ଗୋଟିଏ ବଡ଼ କାରଣ ଅଟେ l  ଯାହାଦ୍ୱାରା ଶାରୀରିକ ବ୍ୟାୟାମ ହ୍ରାସ ହେଉଛି l

* COVID -19 ମହାମାରୀ ପରେ ଇଲେକ୍ଟ୍ରୋ ଗ୍ୟଜେଟ୍ ର ବ୍ୟବହାର ବହୁଳ ଭାବରେ ବଢି ଯାଇଥିବାରୁ ଛୋଟ ପିଲାମାନେ ମଧ୍ୟ ଅଧିକ ଥେରେସିକ ସ୍ପାଇନ ଯନ୍ତ୍ରଣାରେ ପୀଡିତ ହେଉଛନ୍ତି l  ସେମାନେ ନିଜର ସ୍ମରଣ ଶକ୍ତି ମଧ୍ୟ ହରାଉଛନ୍ତି l ଏହାଦ୍ୱାରା ପିଲାମାନଙ୍କ ମଧ୍ୟ ସ୍ଥିର ନରହି ଅଧିକ ବିଚଳିତ ରହୁଛି l

* ଏହି ସର୍ବେକ୍ଷଣରୁ ଜଣା ପଡିଲା ଯେ ଛୋଟ ପିଲାମାନେ ଅଧିକ ଇଲେକ୍ଟ୍ରୋ ଗ୍ୟଜେଟ୍ ବ୍ୟବହାର କରିବାର ମୁଖ୍ୟ କାରଣ ହେଉଛି ଶିକ୍ଷା କ୍ଷେତ୍ରରେ ଖରାପ ପ୍ରଦର୍ଶନ, ଅସାମାଜିକ ଆଡକୁ ଗତି କରିବା, ପିଲାମାନେ ଦିଗହୀନ ହେବା, ଓ ଏହାଛଡା ଥେରେସିକ ସ୍ପାଇନ ସମସ୍ୟାର କାରଣ ଅଟେ l

Leave A Reply