Odisha news

ସ୍ଵାଦରେ ପିତା କିନ୍ତୁ ଶରୀର ପାଇଁ ରାମବାଣ : ଲିମ୍ବ କଢ଼ ଓ ପତ୍ର ରେ ଲୁଚି ରହିଛି ଅନେକ ଔଷଧୀୟ ଗୁଣ

0
ଚୈତ୍ର ଓ ବୈଶାଖ ମାସ ଆସିବା ମାତ୍ରକେ ଆମେ ଲିମ୍ବଗଛ ଗୁଡିକରେ ସୁନ୍ଦର ସୁନ୍ଦର ଧଳା ଧଳା ଲିମ୍ବ ଫୁଲର ଆସର ଦେଖିବାକୁ ମିଳିଥାଏ l ଲିମ୍ବ ର ସ୍ୱାଦ ସହିତ ଆମେ ସମସ୍ତେ ଜଡିତ, କିନ୍ତୁ କଣ ଆପଣ ଜାଣିଛନ୍ତି ଲିମ୍ବ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ କୁ କେତେ ସବୁ ମିଠା ଲାଭ ମିଳିଥାଏ l  ହଁ ଆଜ୍ଞା ଆୟୁର୍ବେଦ ଓ ପାରମ୍ପରିକ ଚିକିତ୍ସା ବ୍ୟତୀତ ଅନେକ ଗବେଷଣା ସମୟରେ ବୈଜ୍ଞାନିକ ମାନେ ଏହି ଅମୃତ ଔଷଧିର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ ଅନେକ କଥା ଦର୍ଶାଇଛନ୍ତି l  ଭାରତର ବେଦରେ ମଧ୍ୟ ଲିମ୍ବକୁ ସର୍ବ ରୋଗ ନିବାରଣୀ ରଖାଯାଇଛି l ଲିମ୍ବଗଛ ଯେଉଁଠି ରହିଥାଏ ତାର ଚତୁର୍ପାର୍ଶ୍ୱର ବାତାବରଣ ବିଶୁଧ ରହିଥାଏ l  ଏହାର ପତ୍ର, ଡାଳ, ଛେଲି ଅନେକ ରୋଗକୁ ଦୂର କରିବାର କାମ କରିଥାଏ l ଆସନ୍ତୁ ଜାଣିବା ଆଣ୍ଟି ବାୟୋଟିକ ତତ୍ତ୍ୱରେ ଭରପୁର ହୋଇଥିବା ଲିମ୍ବର ସ୍ୱାସ୍ଥ୍ୟଗତ ଗୁଣ ବିଷୟରେ l

* ଲିମ୍ବ ଆଣ୍ଟି ଇମ୍ଫ୍ଲାମେଟ୍ରି ଓ ଆଣ୍ଟି ବ୍ୟାକ୍ଟେରିଆ ପ୍ରପର୍ଟିଜ ରେ ଭରପୁର ଅଟେ l ଏହାଛଡା ଏଥିରେ ଏଥିରେ ଭିଟାମିନ ସି ର ଭଲ ସ୍ରୋତ ରହିଛି l ଏହାକୁ ସେବନ କରିବା ଦ୍ୱାରା ଟକ୍ସିନ ଶରୀରରୁ ମିଳିବାରେ ସାହାଯ୍ୟ ମିଳିଥାଏ l  ଏହା ରକ୍ତ ସଫା କରି ଶରୀରରେ ବ୍ଲଡ଼ ସ୍ରକୁଲେସନ ବୃଦ୍ଧି କରିଥାଏ l ଯେତେବେଳେ ଶରୀର ଡିଟକ୍ସିଫାଇ ହୋଇଥାଏ ସେତେବେଳେ ତ୍ୱଚା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ l

* ଲିମ୍ବରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫାଂଗାଲ ଓ ଆଣ୍ଟି ଭାଇରଲ ପ୍ରପର୍ଟିଜ ସଂକ୍ରମଣ ରୁ ରକ୍ଷା କରିବା ସହିତ ସର୍ଦି କାଶ ଠାରୁ ଦୁରେଇ ରଖିଥାଏ l ଲିମ୍ବ ଫୁଲ ସହିତ ଲିମ୍ବ ପତ୍ର ମଧ୍ୟ ଇମ୍ୟୁନିଟି ବୁଷ୍ଟର ଅଟେ l

* ପାଚନ ସମସ୍ୟା କୁ ଠିକ କରିଥାଏ ଲିମ୍ବ ପତ୍ର l  ଲିମ୍ବ ପ୍ରକୃତିରେ ଥଣ୍ଡା ହୋଇଥିବାରୁ ଏସ୍ଡ଼ିଟି, ଛାତିରେ ଜ୍ବଳନ, ପାଚନ ରେ ସୁଧାର ଆଣିଥାଏ l  ଲିମ୍ବ ପତ୍ର ପାଚନ ତନ୍ତ୍ରରୁ ହାନିକାରକ ବିଷାକ୍ତ ପଦାର୍ଥ କୁ ବାହାର କରି ପେଟ କୁ ସଫା ରଖିବାରେ ସାହାଯ୍ୟ କରିଥାଏ l

* ମଧୁମେହ ରୋଗ ପାଇଁ ଲିମ୍ବ ରାମବାଣ ସଦୃଶ ଅଟେ l  ଗୋଟିଏ ଅଧ୍ୟୟନ ରୁ ଜଣା ପଡିଛି ଯେ ନିୟମିତ ଖାଲି ପେଟରେ ଲିମ୍ବପତ୍ର ସେବନ କରିବା ଦ୍ୱାରା ମଧୁମେହ ରୋଗୀଙ୍କୁ ଇନ୍ସୁଲିନ ନେବାର ଆବଶ୍ୟକତା ନାହିଁ l ମଧୁମେହ ସମସ୍ୟା ୫୦ ପ୍ରତିଶତ ପର୍ଯ୍ୟନ୍ତ ଠିକ ହୋଇଥାଏ l

* ଲିମ୍ବରେ ଆଣ୍ଟି ସେପ୍ଟିକ ଗୁଣ ରହିଛି l  ଯଦି ଆପଣ ବ୍ରଣ ଓ ଅନ୍ୟାନ୍ୟ ତ୍ୱଚା ଜନିତ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଲିମ୍ବପତ୍ର କୁ ବାଟି ତ୍ୱଚାରେ ଲଗାଇବା ଦ୍ୱାରା ତାହା ଠିକ ହୋଇଯାଇ ଥାଏ l

Leave A Reply