Odisha news

ଗବେଷଣା ରୁ ଖୁଲାସା : ସ୍ମାର୍ଟ ଫୋନ ଯୋଗୁଁ ଛୋଟ ପିଲା ହରାଉଛନ୍ତି ନିଜର ବାକ ଶକ୍ତି ଓ ଶ୍ରବଣ ଶକ୍ତି

0

ଆଜିକାଲି ଗାଁ ଗହଳୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ସ୍ମାର୍ଟ ଫୋନ ର ଚାହିଦା ଘରେ ଘରେ l  ବୃଦ୍ଧବୟସ୍କ ଠାରୁ ଆରମ୍ଭକରି ଯୁବକ ଓ ଛୋଟ ପିଲାଙ୍କ ହାତରେ ମଧ୍ୟ ଦେଖିବାକୁ ମିଳୁଛି ସ୍ମାର୍ଟ ଫୋନ l ସ୍ମାର୍ଟ ଫୋନ ପରିବାରର ନିବୀଡତରେ ଫାଟ ଆଣୁଛି, ଏହାଛଡା ପରିବାରର ଏକତା ମଧ୍ୟ ଭଙ୍ଗ କରୁଛି l  ଗୋଟିଏ ପରିବାରରେ ଯଦି ରହୁଛନ୍ତି ୫ଜଣ ସଦସ୍ୟ ,ସେମାନେ ନିଜ ମଧ୍ୟରେ ସମୟ ଅତିବାହିତ କରିବା ବଦଳରେ ଫୋନ ରେ ଅଧିକ ସମୟ ଅତିବାହିତ କରୁଛନ୍ତି l ଯାହା ପରିବାର ମଧ୍ୟରେ ଗୋଟେ ଫାଟ ର କାରଣ l କିନ୍ତୁ ନିକଟରେ AMU ର ଜେଏନ ମେଡିକାଲ କଲେଜ ରେ ୪୦୦ ପିଲା ମାନଙ୍କୁ ହୋଇଥିଲା ଗୋଟିଏ ଗବେଷଣା l  ସେଥିରେ ଜଣା ପଡିଥିଲା ଯେ ମା ବାପା ମାନେ ମୋବାଇଲ ପିଲାଙ୍କୁ ଅଧିକ ବ୍ୟବହାର କରିବାକୁ ଦେଉଥିବା କାରଣରୁ ପିଲାମାନେ କଥା କହିବା ଶକ୍ତି ହରାଉଛନ୍ତି l ଏହାଛଡା ପିଲାମାନେ ମୋବାଇଲ ଫୋନ ରେ ଅଧିକ ଖେଳିବା ଦ୍ୱାରା ପିଲାମାନଙ୍କର ଫିଜିକାଲ ଆକ୍ଟିଭିଟି ହ୍ରାସ ପାଉଛି l  ପୂର୍ବରୁ ଯେଉଁ ପିଲାମାନେ ୨ବର୍ଷ ମଧ୍ୟରେ ସମ୍ପୂର୍ଣ କଥା କହୁଥିଲେ, କିନ୍ତୁ ଆଜିକାଲି ପିଲାମାନେ ୫ ବର୍ଷ ପର୍ଯ୍ୟନ୍ତ ଠିକ ରେ କଥା ବାର୍ତା କରୁ ନାହାନ୍ତି l

ମୋବାଇଲ କାରଣରୁ ଘଟୁଛି ଏଭଳି –
– ସବୁଥିର ମୁଖ୍ୟ କାରଣ ଅଟେ ଆଜିର ସ୍ମାର୍ଟ ଫୋନ l ଆଜିକାଲି ର ପିତାମାତା କର୍ମ ମୟ ଜୀବନ ରେ ନିଜ ସନ୍ତାନ ମାନଙ୍କୁ ଗୋଟିଏ ଗୋଟିଏ ସ୍ମାର୍ଟ ଫୋନ ଧରାଇ ଦେଉଛନ୍ତି l ଯଦି ପିଲାମାନେ ସାମାନ୍ୟ ଯିଦି କରୁଛନ୍ତି ତେବେ ତାଙ୍କୁ ପିତାମାତା ବୁଲାଇ ଭଣ୍ଡଇବା ବଦଳରେ ଫୋନ ଧରାଇ ଦେଇ ଥାଆନ୍ତି l ଏହାଦ୍ୱାରା ଛୁଆଟି ଚୁପ ହୋଇ ଯାଇ ଥାଆନ୍ତି l

– ଯାହାଦ୍ୱାରା ପିଲାମାନେ କେବଳ ମୋବାଇଲ ର ଶୁଣି ଥାଆନ୍ତି, ସେମାନେ କଥା କହିବା ଓ ଶୁଣିବା ଶକ୍ତି ମଧ୍ୟ ହରାଇ ଥାଆନ୍ତି l ତେଣୁ ପିଲାମାନେ କୌଣସି କଥାର ଠିକ ଭାବରେ ଜବାବ ମଧ୍ୟ ଦେଇ ନଥାଆନ୍ତି l କିନ୍ତୁ କିଛି ପିଲାଙ୍କୁ ସ୍ମାର୍ଟ ଫୋନ ଠାରୁ ଦୁରେଇ ରଖାଯାଇ ଥିଲା ସେମାନେ ଅନ୍ୟମାନଙ୍କ କାଠ ଶୁଣିବା ଆରମ୍ଭ କରିଥିଲେ ଓ କିଛି ତା କଥାର ଜବାବ ମଧ୍ୟ ଦେଇଥିଲେ l

– ଏହି ଗବେଷଣାରେ ଏହା ମଧ୍ୟ କୁହାଯାଇ ଥିଲା ଯେ ଆଗକାଳରେ ପିଲାମାନେ ଏଥିପାଇଁ ଖୁବ ଶୀଘ୍ର କଥାବାର୍ତା ଶିଖୁଥିଲେ ତାର ଗୋଟିଏ କାରଣ ହେଲା ଯୌଥ ପରିବାର ଓ ସମସ୍ତେ ସମସ୍ତଙ୍କ ସହିତ ସମୟ ଅତିବାହିତ କରିବା l

– ଗତ ୨ବର୍ଷ ମଧ୍ୟରେ ବାକ ଶକ୍ତି ହରାଉଥିବା ପିଲା ମାନଙ୍କ ସଂଖ୍ୟା ଖୁବ ଦ୍ରୁତଗତିରେ ବୃଦ୍ଧି ପାଉଛି l  ଯେତେବେଳେ ଏହି ଘଟଣା ଦ୍ରୁତ ବେଗରେ ବୃଦ୍ଧି ପାଇଥିଲା AMU ର ଗୋଟିଏ ଚିକିତ୍ସକ ଟିମ ଏହାକୁ ନେଇ ଗବେଷଣା ଆରମ୍ଭ କରିଥିଲେ l  ଗବେଷକ ମାନେ ପିତାମାତା ଙ୍କ ସହିତ କଥା ହେବାପରେ ଗୋଟିଏ ନିଷ୍ପତି ରେ ପହଂଚି ଥିଲେ ଯେ ପିଲାମାନେ ବାକ ଶକ୍ତି ହରାଇବାର ବଡ଼ କାରଣ ହେଉଛି ମୋବାଇଲ ବା ସ୍ମାର୍ଟ ଫୋନ l

– ମୋବାଇଲ ଫୋନ ପିଲା ମାନଙ୍କ ମଧ୍ୟରେ ସାମାଜିକ ଭାବନା ହରାଇବାର ମଧ୍ୟ ଗୋଟିଏ କାରଣ, ଏହାଛଡା ପିଲା ମାନଙ୍କନିକଟରେ ଆଉ ପୂର୍ବ ପରି ସହାନୁଭୂତି ଦେଖିବାକୁ ମିଳୁନାହିଁ l  ସେମାନେ ନିଜକୁ ସେହି ଫୋନ ଦୁନିଆରେ ସୀମିତ ରଖୁଛନ୍ତି l ବର୍ତମାନ ସେହି ପିଲା ମାନଙ୍କ AMU ଶିଶୁ ବିଶେଷଜ୍ଞ ଙ୍କ ଦ୍ୱାରା ଚିକିତ୍ସା ମଧ୍ୟ ଚାଲିଛି

Leave A Reply