Odisha news

ପିଲା ମାନଙ୍କର ଅତ୍ୟଧିକ ସ୍ମାର୍ଟ ଫୋନ ବ୍ୟବହାର ତାଙ୍କୁ ଟାଣି ନେଉଛି ପାସବିକ ପ୍ରକୃତି ଆଡକୁ : ରିସର୍ଚ୍ଚ 

0
ଆଜିକାଲି ସ୍ମାର୍ଟ ଫୋନ, ଲାପଟପ ଓ ଅନ୍ୟ ଗ୍ୟଯେଟସ କୁ ନେଇ ଦୁନିଆ ଚାଲିଛି l କେବଳ ବଡ଼ ନୁହନ୍ତି, ଛୋଟ ପିଲା ମଧ୍ୟ ଘଣ୍ଟା ଘଣ୍ଟା ଧରି ଏହି ସବୁ ଜିନିଷ ରେ ସମୟ ଅତିବାହିତ କରୁଛନ୍ତି l କିଛି ମଣିଷ ଆମ ମାନଙ୍କ ମଧ୍ୟରେ ଏଭଳି ଅଛନ୍ତି ଯାହାଙ୍କୁ କିଛି ସମୟ ପାଇଁ ଫୋନ ନମିଳିଲେ ପାଗଳ ହୋଇ ଯାଇ ଥାଆନ୍ତି l ଏହିସବୁ କୁ ନେଇ ନିକଟରେ ଗୋଟିଏ ଅଧ୍ୟୟନ ହୋଇଥିଲା , ଯାହାର ରିପୋର୍ଟ ମନକୁ ଦୋହଲାଇ ଦେବ l
– ଏହି ଅଧ୍ୟୟନ ଅନୁସାରେ ସ୍ମାର୍ଟ ଫୋନ ଅଭ୍ୟାସ ମାନସିକ ଭାବରେ ରୋଗ ଗ୍ରସ୍ତ କରାଇ ଦେଇଥାଏ l ଏହି ଷ୍ଟଡି ରେ ଜଣାପଡି ଥିଲା ଯେ ଏଭଳି ଲୋକ ଦିନକୁ ୪ ଘଣ୍ଟାରୁ ଅଧିକ ଫୋନ ର ବ୍ୟବହାର କରିଥାଆନ୍ତି l ଯାହା ତାଙ୍କ ମାନସିକ ସ୍ୱାସ୍ଥ୍ୟ କୁ ପ୍ରଭାବିତ କରୁଛି l ତେଣୁ ଏହାର ବ୍ୟବହାର ସାବଧାନତା ସହକାରେ କରିବା ଆବଶ୍ୟକ l
– ଗବେଷଣା ଅନୁସାରେ ଗତ କିଛି ବର୍ଷ ହେଲା ଛୋଟ ପିଲା ମାନଙ୍କର ଫୋନ ବ୍ୟବହାର ଖୁବ ଅଧିକ ବଢି ଯାଇଛି l ଯାହାର ସିଧାସଳଖ ପ୍ରଭାବ ସେମାନଙ୍କ ମାନସିକ ପ୍ରଭାବ ଉପରେ ପଡିଛି ଏହା ସହିତ ଅନ୍ୟାନ୍ୟ ରୋଗ ମଧ୍ୟ ଏହାର କାରଣ ହେଉଛି l
– ପିଲା ମାନଙ୍କ ସ୍ୱାସ୍ଥ୍ୟ ଉପରେ ସ୍ମାର୍ଟ ଫୋନ ର ସାଇଡ ଇଫେକ୍ଟ ଦ୍ୱାରା ନିଦ୍ରା ହୀନତା , ଆକ୍ଷି ସମ୍ବନ୍ଧୀୟ ବିଭିନ୍ନ ଗମ୍ଭୀର ସମସ୍ୟା, ମଷକୁଲୋସ୍କେଲେଟନ ଡ଼ିସଅର୍ଡର ସମସ୍ୟା ଦେଖିବାକୁ ମିଳୁଛି l
– ଏହି ଅଧ୍ୟୟନ ରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନା କୁ ଆସିଥିଲା l  ଯେଉଁ ପିଲାମାନେ ଅଧିକ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ସେମାନଙ୍କର ଛୋଟ ବେଳରୁ ସୂଈସାଇଡିଆଲ ଟେଂଡେନ୍ସି ବୃଦ୍ଧି ପାଉଛି l  ଏହାର କାରଣ ହେଲା ବିଭିନ୍ନ ପ୍ରକାରର ଗେମ, ସୋସିଆଲ ମିଡ଼ିଆ ପିଲାଟି ଦିନରୁ ବ୍ୟବହାର କରିବା , ପରିବାର ସଦସ୍ୟଙ୍କ ନିକଟରୁ ଦୁରେଇ ରହିବା ଇତ୍ୟାଦି l
Nalco
Leave A Reply