Odisha news

ଗବେଷଣା ରେ ଖୁଲାସା : ଆପଣ ଆବଶ୍ୟକତା ଠାରୁ ଅଧିକ ଶୋଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ

ଗୋଟିଏ ସୁସ୍ଥ ଜୀବନ ପାଇଁ ଖାଦ୍ୟ ଯେତିକି ଜରୁରୀ , ଶୋଇବା ମଧ୍ୟ ସେତିକି ଜରୁରୀ ଅଟେ । କିନ୍ତୁ ଯେ କୌଣସି ଜିନିଷ ହେଉ ଆବଶ୍ୟକତା ଠାରୁ ଅଧିକ ହେଲେ ଶରୀର ପାଇଁ ହୋଇପାରେ କ୍ଷତି କାରକ । ତେଣୁ ସବୁ ଜିନିଷର ସଠିକ୍ ମାତ୍ରା ଶରୀରକୁ ସୁସ୍ଥ ଓ ନୀରୋଗି ରଖିଥାଏ । ତେଣୁ ଆସନ୍ତୁ ଆଜି ଜାଣିବା ଆବଶ୍ୟକତା ଠାରୁ ଅଧିକ ଶୋଇବା ଦ୍ଵାରା ଶରୀର ପାଇଁ କେଉଁ ସବୁ ବିପଦ ସୃଷ୍ଟି କରିଥାଏ ।
* ଆମେରିକାନ କର୍ଡିଓଲୋଜି ର ଗୋଟିଏ ରିପୋର୍ଟ ଅନୁସାରେ , ଦୀର୍ଘ ସମୟ ଧରି ଶୋଇବା ଦ୍ବାରା ବାମପଟ ଭେଣ୍ଟି କୁଲାର୍ ର ଓଜନ ବଢିଯାଏ । ଯାହାଦ୍ଵାରା ହୃଦ ଘାତ ହେବାର ସମସ୍ୟା ଦେଖା ଦେଇଥାଏ । ଗୋଟିଏ ସର୍ଭେ ଅନୁସାରେ ଜଣା ପଡ଼ିଛି ଯେ ଦୀର୍ଘ ସମୟ ଧରି ଶୋଇବା ଦ୍ବାରା ୪୬% ବ୍ୟକ୍ତିଙ୍କ ନିକଟରେ ହୃଦ ଘାତ ସମସ୍ୟା ଦେଖା ଦେଇଛି । ଏଥିରେ ଜଣା ପଡ଼ିଛି ଯେ ୯-୧୧ ଘଣ୍ଟା ଧରି ସୋଇଥିବା ବ୍ୟକ୍ତି ମାନଙ୍କ ନିକଟରେ ଏହି ସମସ୍ୟା ଅଧିକ ଦେଖା ଦେଇଛି ।
* ଗବେଷକ ମାନେ ସୁଚେଇ ଦେଇଛନ୍ତି ଯେ ଦୀର୍ଘ ସମୟ ଧରି ଶୋଇବା ଦ୍ବାରା ଡିପ୍ରେଶନ ର ଶିକାର ହୋଇ ଥାଆନ୍ତି । ଦୀର୍ଘ ସମୟ ଧରି ଶୋଇବା ଦ୍ବାରା ନ୍ୟୁରୋ ଟ୍ରାନ୍ସମିଟର ରେ ବାଧା ଉପୁଜି ଥାଏ । ଯେବେ କି ନ୍ୟୁରୋ ଟ୍ରାନ୍ସମିଟର ରେ ବାଧା ଉପୁଜିବା ଦ୍ଵାରା ଶାରିରୀକ ଗତିବିଧି ରେ ମଧ୍ୟ ବାଧା ଉପୁଜେ । ତେଣୁକରି ରାତିର ଶୋଇବା ର ଗୋଟିଏ ନିୟମ ପ୍ରସ୍ତୁତ କରନ୍ତୁ, ୧୦-୧୧ ମଧ୍ୟରେ ସୁଆନ୍ତୁ ଓ ସକାଳୁ ୬-୭ ମଧ୍ୟରେ ଉଠନ୍ତୁ ।
* ଚୌକି ଉପରେ ବସି ଦୀର୍ଘ ସମୟ ଧରି କାମ କରୁଥିବା ବ୍ୟକ୍ତିମାନେ ଅଧିକ ସମୟ ଶୋଇବା ଦ୍ବାରା ପିଠି ଯନ୍ତ୍ରଣା , ବେକ ଓ କାନ୍ଧ ଯନ୍ତ୍ରଣା ର ଶିକାର ହୋଇ ଥାଆନ୍ତି । ତେଣୁ ଯଦି ଆପଣ ଅଧିକ ସମୟ ଚୌକି ରେ ବସି କାମ କରୁଛନ୍ତି ତେବେ ସକାଳୁ ଶୀଘ୍ର ଉଠି ଟି କେ ବ୍ୟାୟାମ କରନ୍ତୁ ।
* ଦୀର୍ଘ ସମୟ ଧରି ଶୋଇବା ଦ୍ବାରା ଆପଣ ମୋଟା ହେବାର ସମ୍ଭାବନା ରହିଥାଏ । ଆମେ ଆବଶ୍ୟକତା ଠାରୁ ଅଧିକ ଶୋଇବା ଦ୍ଵାରା ଆମର ଶାରିରୀକ କାର୍ଯ୍ୟ କଲାପ ଉପରେ ବାଧା ସୃଷ୍ଟି ହୋଇଥାଏ ଓ ଓଜନ ବୃଦ୍ଧି ହୋଇଥାଏ ।

Comments are closed.