Odisha news

ଆମେମାନେ ବୟସ ଅନୁସାରେ ଦିନକୁ କେତେ ଘଣ୍ଟା ଶୋଇବା ଆବଶ୍ୟକ, ଆସନ୍ତୁ ଜାଣିବା କଣ କହୁଛି ଗବେଷଣା

0
ଗୋଟିଏ ସୁସ୍ଥ ଜୀବନ ପାଇଁ ନିଡର ଆବଶ୍ୟକତା ଖୁବ ବେଶୀ ରହିଛି l ଆମେ ଯଦି ଉଚିତ ମାତ୍ରାରେ ସୋଇ ନଥାଉ ତେବେ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଉ, ଯେପରିକି ଟାଇପ 2 ମଧୁମେହ , ହାର୍ଟ ଆଟାକ, ମୋଟାପଣ ଓ ଡିପ୍ରେସନ ଇତ୍ୟାଦି l ଆମ ମାନଙ୍କ ମଧ୍ୟରେ ଏଭଳି ଅନେକ ଲୋକ ରହିଛନ୍ତି ଯେଉଁ ମାନେ ବ୍ୟସ୍ତ ବହୁଳ ଜୀବନ କାରଣରୁ ଠିକ ଭାବରେ ଶୋଇ ପାରନ୍ତି ନାହିଁ l ବିଳମ୍ବିତ ରାତିରେ ଶୋଇ ସକାଳୁ ଶୀଘ୍ର ଉଠି ପଡନ୍ତି l
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ କହିବା ଅନୁସାରେ ଏହା ଜରୁରୀ ଅଟେ ଯେ ଆପଣ ଦିନକୁ କେତେ ସମୟ ଶୋଉଚନ୍ତି ଓ କେତେବେଳେ ଉଠୁଛନ୍ତି l ଦିନରେ କାମ ରହିବା କାରଣରୁ ଆମେ ଠିକ ଭାବରେ ଶୋଇ ପାରି ନଥାଉ ଯେଉଁ କାରଣରୁ ଚିଡି ଲାଗିବା, ଥକା ଲାଗିବା , ମୁଣ୍ଡ ଭାରି ଲାଗିବା ଇତ୍ୟାଦି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ l
– ନିଡ଼ ପୁରା ନହେବା ଦ୍ୱାରା ପିଲା ମାନଙ୍କ ଉପରେ ସବୁ କି ପ୍ରଭାବ ପଡିଥାଏ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ କହିବା ଅନୁସାରେ ଛୋଟ ପିଲାଙ୍କ ନିଦ ପୁରା ନହେଲେ ଶାରୀରିକ ଓ ଭାବନାତ୍ମକ ଭାବରେ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ ଓ ଏହାଦ୍ୱାରା ପିଲା ମାନଙ୍କର ବିକାଶ ଉପରେ ବାଧା ସୃଷ୍ଟି ହୋଇଥାଏ l
– ଅନେକ ଗବେଷଣା ଦ୍ୱାରା ଜଣାପଡିଛି ଯେ ବୟସ ଅନୁସାରେ ନିଦର ଆବଶ୍ୟକତା ଶରୀର ପାଇଁ ରହିଥାଏ ବୟସ ଅନୁସାରେ l କାରଣ ଯଦି ଗୋଟିଏ ମଣିଷ ଉଚିତ ମାତ୍ରାରେ ଶୋଇବ ନାହିଁ ତେବେ ତାର ସମ୍ପୂର୍ଣ ଶରୀର ରୋଗ ଗ୍ରସ୍ତ ହୋଇ ଯାଇଥାଏ l
କେଉଁ ବୟସର ବ୍ୟକ୍ତି କେତେ ପରିମାଣ ରେ ଶୋଇବା ଉଚିତ –
– ନବଜାତ ଶିଶୁ – ୧ରୁ୨ ବର୍ଷ – ୧୧ ରୁ ୧୪ ଘଣ୍ଟା
– ପ୍ରି ସ୍କୁଲ୍ ଶିଶୁ – ୩ ରୁ ୫ ବର୍ଷ – ୧୦ ରୁ ୧୩ ଘଣ୍ଟା
– ସାମାନ୍ୟ ବଡ ପିଲା – ୬ ରୁ ୧୩ ବର୍ଷ – ୯ ରୁ ୧୧ ଘଣ୍ଟା
– କିଶୋର – ୧୪ ରୁ ୧୭ ବର୍ଷ – ୮ ରୁ ୧୦ ଘଣ୍ଟା
– ବୟସ୍କ – ୧୮ ରୁ ୬୦ ବର୍ଷ – ୭ ରୁ ୯ ଘଣ୍ଟା
– ବୃଦ୍ଧ – ୬୦ ରୁ ଉର୍ଦ୍ଧ – ୬ ରୁ ୮ ଘଣ୍ଟା
Leave A Reply