ଭାରତୀୟ ମାନେ ନିଜର ନିଆରା କାର୍ଯ୍ୟ ଶୈଳୀ ପାଇଁ ସବୁଠି ପରିଚିତ । ସେଥି ମଧ୍ୟରୁ ଗୋଟିଏ ହେଉଛି ଗ୍ରୀଷ୍ମ ଋତୁରେ ଖୋଲା ଆକାଶ ତଳେ ଛାତ ଉପରେ ଶୋଇବା । ଗ୍ରୀଷ୍ମ ଋତୁରେ ସାଧାରଣ ଭାବରେ ଦେହରୁ ଝାଳ ଶୁଖି ନଥାଏ । ଏହାଛଡା ଏହି ସମୟରେ ଗୁଳୁଗୁଳି ଲାଗିବା ସହିତ ବିଜୁଳି କାଟ ମଧ୍ୟ ଖୁବ୍ ଅଧିକ ହୋଇଥାଏ । ତେଣୁ ଗ୍ରୀଷ୍ମ ଋତୁରେ ଆମେ ସାଧାରଣ ଭାବରେ ଦେଖି ଥାଉ ଯେ ଗାଁ ଗହଳି ରେ ଅନେକ ଲୋକ ଗରମ ର କଷ୍ଟ କୁ ସହି ନପାରି ଛାତ ଉପରେ ଖୋଲା ଆକାଶ ତଳେ ଶୋଇ ଥାଆନ୍ତି । ଭାରତରେ ଏଭଳି ଲୋକ ଙ୍କ ସଂଖ୍ୟା ଖୁବ୍ ଅଧିକ ରହିଛି । ଗାଁ ର ଲୋକମାନେ ଆଜି ମଧ୍ୟ ଅନେକ ଲୋକ ପ୍ରକୃତି ସହିତ ନିଜକୁ ଜଡ଼ିତ କରି ରଖୁଛନ୍ତି । ଖୋଲା ଆକାଶ ତଳେ ଶୋଇବା ଦ୍ବାରା କେବଳ ଭଲ ନିଦ ହୋଇ ନଥାଏ ବରଂ ଅନେକ ଶାରିରୀକ ଲାଭ ମଧ୍ୟ ମିଳିଥାଏ ।
ଭାରତୀୟ ଚିକିତ୍ସା ପଦ୍ଧତି ଓ ଅନେକ ପୁରୁଣା ଯୁଗରୁ ସାଧୁ ସନ୍ଥ ମାନେ ଖୋଲା ଆକାଶ ତଳେ ଶୋଉଥିଲେ ଓ ଆଶ୍ରୟ ମଧ୍ୟ ନେଇ ଥିଲେ ।
କଣ ରହିଛି ଖୋଲା ଆକାଶ ତଳେ ଶୋଇବା ର ବୈଜ୍ଞାନିକ କାରଣ -:
– ଖୋଲା ଆକାଶ ତଳେ ଶୋଇବା ଦ୍ବାରା ରେଷ୍ପରେଟରୀ ସିଷ୍ଟମ ଠିକ୍ ରହିଥାଏ । ଏହାଛଡା ପ୍ରସ୍ୱାଶ କ୍ରିୟା ଠିକ୍ ଭାବରେ ହୋଇଥାଏ ।
– ଖୋଲା ଆକାଶ ତଳେ ଶୋଇବା ଦ୍ବାରା ଡ଼ାଇଯେସନ୍ ସିଷ୍ଟମ ଠିକ୍ ରହିଥାଏ । ଖାଦ୍ୟ ଠିକ୍ ଭାବରେ ହଜମ ହୋଇଥାଏ ।
– ଖୋଲା ପବନ ରେ ଉଚ୍ଚ ରକ୍ତଚାପ ସମସ୍ୟା ଠିକ୍ ରହିଥାଏ । ଭାରତୀୟ ଆୟୁର୍ବେଦ ଚିକିତ୍ସା ରେ କୁହାଯାଇ ଥାଏ ଯେ ଖୋଲା ଆକାଶ ତଳେ ଶୋଇବା ଦ୍ବାରା ଉଚ୍ଚ ରକ୍ତଚାପ ସମସ୍ୟା ଠିକ୍ ରହିଥାଏ ଓ ଭଲ ନିଦ ହୋଇଥାଏ ।
– ମାନସିକ ଶାନ୍ତି ଆଜିକାଲି ଗୋଟିଏ ବଡ ଆବଶ୍ୟକତା ଭାବରେ ଦେଖା ଯାଇଛି । ତେଣୁ ମାନସିକ ଶାନ୍ତି ପାଇଁ ପ୍ରତିଦିନ ଖୋଲା ଆକାଶ ତଳେ କିଛି ସମୟ ଅତିବାହିତ କରିବାକୁ ମଧ୍ୟ କୁହାଯାଇଥାଏ ।
– ସ୍ଵାସ୍ଥ୍ୟ ବିଶେଷଜ୍ଞ ମତରେ ଯଦି ଆମେ ରାତିରେ ଖୋଲା ଆକାଶ ତଳେ ଶୋଇବା ତେବେ ଏହାଦ୍ବାରା ଆମର ହାର୍ଟ ମଧ୍ୟ ସୁସ୍ଥ ରହିବ ଏବଂ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
– ବିଶେଷଜ୍ଞଙ୍କ ମତ ଅନୁସାରେ ଯଦି ପ୍ରତିଦିନ ଆପଣ କିଛି ସମୟ ଖୋଲା ଆକାଶ ବା ଖୋଲା ଜଳବାୟୁ ରେ ସମୟ ଅତିବାହିତ କରୁଛନ୍ତି ତେବେ ମାନସିକ ଅବସାଦ ଦୂର ହୋଇଥାଏ ।