Odisha news

ଗବେଷଣାରୁ ଖୁଲାସା : ନିଦ୍ରା ହୀନତା ପୁରୁଷ ମାନଙ୍କ ନିକଟରେ ପ୍ରଜନନ କ୍ଷମତା ହ୍ରାସ କରୁଛି

0

ସ୍ୱାସ୍ଥ୍ୟକର ଜୀବନ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଓ ବ୍ୟାୟାମ ଆବଶ୍ୟକ l ଏହା ଛଡା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଭଲ ନିଦ ଗୋଟିଏ ସୁସ୍ଥ ଜୀବନ ପାଇଁ ଆବଶ୍ୟକ ବୋଲି ପରାମର୍ଶ ଦେଇ ଥାଆନ୍ତି l  ନିଦ ଆମ ଶରୀର ପାଇଁ ସେତିକି ଆବଶ୍ୟକ ଯେତିକି ସ୍ୱାସ୍ଥ୍ୟକର ଖାଦ୍ୟ ଆବଶ୍ୟକ l ଯଦି ଜଣେ ବ୍ୟକ୍ତି ଠିକ ଭାବରେ ଶୋଇ ନଥାଏ ତେବେ ତା ନିକଟରେ ମେଣ୍ଟଲି ଓ ଫିଜିକାଲ ପ୍ରବ୍ଲେମ ଅନେକ ମାତ୍ରାରେ ଦେଖାଯାଇ ଥାଆନ୍ତା l
– ଷ୍ଟ୍ରେସ  ଡିପ୍ରେସନ ଭଳି ସମସ୍ୟା ଦେଖା ଯାଇଥାଏ l
– ଏହି କାରଣରୁ ରକ୍ତଚାପ ଓ ହୃଦଘାତ ସମସ୍ୟା ଦେଖା ଯାଇଥାଏ l
– ଏହି କାରଣରୁ ୬ -୮ଘଣ୍ଟା ଗୋଟିଏ ଦିନରେ ଶୋଇବା ପାଇଁ ପରାମର୍ଶ ଦିଆଯାଇ ଥାଏ l

* କିନ୍ତୁ ନିକଟରେ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ ର ସୂଚନା ଅନୁସାରେ, ଯଦି ଆପଣ ପର୍ଯ୍ୟାପ୍ତ ନିଦରେ ଶୋଉ ନଥାଆନ୍ତି ତେବେ ଏହା ଆପଣଙ୍କ ପ୍ରଜନନ ସମ୍ବନ୍ଧିତ ହର୍ମୋନ କୁ ପ୍ରଭାବିତ କରିଥାଏ l  ମସ୍ତିଷ୍କ ର ଯେଉଁ ଭାଗଟି ସ୍ଲିପ ୱେକ ହର୍ମୋନ ନିୟନ୍ତ୍ରଣ କରିଥାଏ l ଏହା ନିଦ ପୁରା ହେଉ ନଥିବା ମହିଳା ମାନଙ୍କ ମଧ୍ୟରେ ଓ଼ବ୍ୟୁଲେସନ ଓ ପୁରୁଷ ମାନଙ୍କ ମଧ୍ୟରେ ସ୍ପର୍ମ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ l ଗବେଷଣା ଅନୁସାରେ ଯଦି ମହିଳାମାନେ ଠିକ ଭାବରେ ଶୁଅନ୍ତି ନାହିଁ ତେବେ ଏଷ୍ଟ୍ରଯେନ, ପ୍ରଯେ ସ୍ଟେରନ, ପ୍ରଲାକଟିନ ଓ ଲ୍ୟୁଟିନାଇଜିଙ୍ଗ ଭଳି ପ୍ରଜନନ ହର୍ମୋନ ଉପରେ ସିଧାସଳଖ ପ୍ରଭାବ ପଡିଥାଏ l ଏହାଦ୍ୱାରା ନିଃସନ୍ତାନ ହେବାର ସମସ୍ୟା ଅଧିକ ବଢି ଯାଇଥାଏ l

* ବୈଜ୍ଞାନିକ ଙ୍କ ମତରେ ପୁରୁଷ ମାନଙ୍କ ମଧ୍ୟରେ ସୁସ୍ଥ ଶୂକ୍ରାଣୁ ର ଉତ୍ପାଦନ ପାଇଁ ଟେସ୍ଟୋଷ୍ଟେରୋନ ହର୍ମୋନ ସବୁଠୁ ମହତ୍ଵପୁର୍ଣ ଅଟେ l  ଯେତେବେଳେ ଆପଣ ନିଦ୍ରାରେ ଶୋଇ ଥାଆନ୍ତି ଏହି ହର୍ମନ ରିଲିଜ ହୋଇଥାଏ l ବୋଷ୍ଟନ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଙ୍କ ମତରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉଚିତ ମାତ୍ରାର ନିଦ୍ରାର ଆବଶ୍ୟକ ରହିଛି l  କିନ୍ତୁ ଆଜିକାଲି ନିଃସନ୍ତାନ ସମସ୍ୟା ଅଧିକ ଦେଖା ଯିବାର କାରଣ ହେଲା ପୁରୁଷ ଓ ମହିଳା ମାନେ ନିଜ କାମ ଚାପରେ ନିଦ୍ରା ହୀନତାର ଶିକାର ହେଉଛନ୍ତି l

* ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ପାଇଁ ନିଜ ଦିନ ଚର୍ଯ୍ୟା କୁ ଠିକ ରଖିବା ଉଚିତ l ଉଠିବା ଓ ଶୋଇବା ସମୟ ଠିକ ରଖିବା ଉଚିତ l  ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ବ୍ୟାୟାମ ମଧ୍ୟ ଜରୁରୀ ଅଟେ l

Leave A Reply