ନୂଆଦିଲ୍ଲୀ : ବାଙ୍ଗଲାଦେଶୀ-ବ୍ରିଟିଶ ନାଗରିକ ସାମୀମା ବେଗମ ନିକଟରେ ନିଜର ପୋଷାକକୁ ନେଇ ଆଲୋଚନାରେ ରହିଛନ୍ତି l ସେ ପାରମ୍ପରିକ ମୁସଲିମ୍ ବୁର୍ଖା ସ୍ଥାନରେ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବାର ନଜ ଆସିଥିଲେ l ସାମୀମା ମାତ୍ର ୧୫ ବର୍ଷ ବୟସରେ ବ୍ରିଟେନ ଛାଡି ସିରିୟାକୁ ଚାଲିଯାଇଥିଲେ l ସେ ନିଜ ସହିତ ଦୁଇଜଣ ବନ୍ଧୁଙ୍କୁ ନେଇ ସିରିୟା ଯାଇଥିଲେ ,ଏହି ଦୁଇ ବନ୍ଧୁକ ନାମ ହେଲା କଦିଯା ସୁଲତାନା ଓ ଅମୀରା ଆବାସ ଉଭୟଙ୍କର ମୃତ୍ୟୁ ହୋଇ ସାରିଛି l ପୂର୍ବ ଲଣ୍ଡନରେ ରହୁଥିବା ସାମୀମାଙ୍କର ବିବାହ ଜଣେ ISIS ଫାଇଟରଙ୍କ ସହିତ ବିବାହ ହୋଇଥିଲା l
ସାମୀମା ସିରିୟାରେ ISIS ଙ୍କୁ ସାହାଯ୍ୟ କରୁଥିଲେ l ତାଙ୍କର ଦୁଇଟି ସନ୍ତାନ ଥିଲେ କିନ୍ତୁ ସେମାନଙ୍କର ମୃତ୍ୟୁ ହୋଇ ସାରିଛି l କାରଣ ସିରିୟାରେ ବର୍ତ୍ତମାନ ଯୁଦ୍ଧ ଚାଲିଛି l ଋଫ୍ୟୁଜ କ୍ୟାମ୍ପରେ ସାମୀମା ଥିବା ବେଳେ ତୃତୀୟ ଥର ଗର୍ଭ ଧାରଣ କରିଥିଲେ l ସାମୀମା ବର୍ତ୍ତମାନ ଏପରି ପୋଷାକ ଧାରଣା କରି କିଛି ନୂତନ ଭାବରେ ନିଜର ଜୀବନ ଆରମ୍ଭ କରିବାକୁ ଚାହୁଁଛନ୍ତି ବୋଲି ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି କିନ୍ତୁ l
ବ୍ରିଟେନର କିଛି ଖବର କାଗଜରେ ସାମୀମାଙ୍କର ସିରିୟା ଯିବାକୁ ନେଇ ଖୁବ ଆଲୋଚନା ହୋଇଥିଲା l ଏହାପରେ ୨୦୧୯ ରେ ସାମୀମାଙ୍କର ନାଗରିକତ୍ଵକୁ ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଛଡାଇ ନିଅ ଯାଇଥିଲା l ଗତ ମାସରେ ଲଣ୍ଡନ ସର୍ବୋଚ୍ଚ ନ୍ୟାୟାଳୟ ସାମୀମାଙ୍କର ବ୍ରିଟେନ ଆସିବା ଉପରେ ରୋକ ଲଗାଇଛନ୍ତି l ବର୍ତ୍ତମାନ ନାଗରିକତ୍ଵ ନପାଇବା କାରଣରୁ ସେ ଏପରି ପୋଷାକ ଧାରଣା କରି ବ୍ରିଟେନ ଆସିବାକୁ ଚାହୁଁଛନ୍ତି l

Comments are closed.