ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ବୁଲଢାଣା ଜିଲ୍ଲାରୁ ବିକୃତ ମାନସିକତାର ଗୋଟିଏ ଏପରି ମାମଲା ଆସିଛି ଯେଉଁଠାରେ ସ୍ୱାମୀ ନିଜ ସ୍ତ୍ରୀକୁ ଛାଡପତ୍ର ଦେବାପାଇଁ ଏପରି କାନ୍ଦ କରିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ l ସ୍ୱାମୀ ଜଣଙ୍କ ନିଜ ପତ୍ନୀଙ୍କ ଫଟୋ ସାର୍ଵଜନିକ ସ୍ଥାନରେ ଲଗାଇ ୱାଣ୍ଟେଡ ଲେଖି ସେଥିରେ ଗୋଟିଏ ମୋବାଇଲ ନମ୍ବର ଲେଖିଛନ୍ତି l ସେଥିରେ ଦର୍ଶାଇଛନ୍ତି ଯେ ସୂଚନା ମିଳିଲେ ଯୋଗାଯୋଗ କରିବା ପାଇଁ l ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି ଓ ଧମକ ଦେଉଛନ୍ତି ଯେ ଯଦି ତାଙ୍କ ପତ୍ନୀ ତାଙ୍କୁ ଛାଡପତ୍ର ନଦିଅନ୍ତି ତେବେ ତାଙ୍କ ଭାଇ ଓ ମାଙ୍କ ଫଟୋକୁ ମଧ୍ୟ ସାର୍ବଜନିକ ସ୍ଥାନରେ ଲଗାଇ ଦେବେ l ଏହାପରେ ପିଡୀତାଙ୍କ ଭାଇ ଓ ସମ୍ପର୍କୀୟ ମାନେ ସାର୍ବଜନିକ ସ୍ଥାନରୁ ପୋଷ୍ଟର ଗୁଡିକୁ କାଢି ଫୋପାଡ଼ି ଥିଲେ l
ଏହି ବିକୃତ ମସ୍ତିସ୍କଙ୍କ ନାମ ହେଉଛି ରାମ ଦାସ ତାଙ୍କର ବିବାହ ଜୁନ ୩୦ ତାରିଖ ୨୦୨୦ ରେ ହୋଇଥିଲା l ଉଭୟଙ୍କର ଅଧିକାଂଶ ଦିନ ଝଗଡା ହୋଇଥାଏ ଏହାର ମୁଖ୍ୟ କାରଣ ହେଲା ସନ୍ଦେହ l ଉକ୍ତ ବ୍ୟକ୍ତି ଜଣଙ୍କ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯାତନା ଦେଇ ଥାନ୍ତି l ଗତ ଦୀପାବଳିରୁ ଉକ୍ତ ମହିଳା ଜଣଙ୍କ ନିଜ ବାପଘରେ ରହୁଛନ୍ତି l ତାଙ୍କ ଭାଇ ମାର୍ଚ୍ଚ ୧୨ ତାରିଖରେ ରାମ ଦାସଙ୍କ ବିରୁଦ୍ଧରେ ଗୋଟିଏ ମାମଲା ରୁଜୁ କରିଛନ୍ତି ଓ ସମାଧାନର ବାଟ ଖୋଜୁଛନ୍ତି l ସେ ପୋଲିସକୁ କହିଛନ୍ତି ମୋ ଭଉଣୀ ଛାଡପତ୍ର ନଦେବା ପର୍ଯ୍ୟନ୍ତ ମୋ ଭେଣେଇ ଏହି ଭଳି ଫଟୋ ଲଗାଇବେ ବୋଲି କହିଛନ୍ତି l
Comments are closed.