Odisha news

ଚୀନ୍ ର ଋଣ ଜାଲରେ ଫସିବ ନାହିଁ ନେପାଳ : ଭାରତ କରୋନା ଟୀକ୍କା ଦେଇ ବନ୍ଧୁତା ରଖିଛି

ନୂଆଦିଲ୍ଲୀ : ନେପାଳରେ ଜାରି ଇରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରଧାନମନ୍ତ୍ରୀ ଓଲି ଗୋଟିଏ ଅଦ୍ଭୁତ ବୟାନ ଦେଇଛନ୍ତି ଓ ସେ କହିଛନ୍ତି ଭାରତ ସହିତ ସମ୍ପର୍କକୁ ନେଇ କୌଣସି ଭ୍ରମ ଉପୁଜିବା ଉଚିତ ନୁହେଁ l ନିକଟରେ ଭାରତ ନେପାଳକୁ ମାଗଣାରେ କରୋନା ମହାମାରୀର ୧୦ ଲକ୍ଷ ଡୋଜ ଦେଇଥିବା କାରଣରୁ ଓଲି ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଶଂସା କରିଛନ୍ତି l ସେ କହିଛନ୍ତି ଭାରତ ଓ ଚୀନ ଉଭୟ ନେପାଳର ଭଲ ବନ୍ଧୁ l

ସେ ଆହୁରି ମଧ୍ୟ କହିଛନ୍ତି ନେପାଳ ଜନସାଧାରଣ ଚୀନର ନିବେଶକୁ ନେଇ ଚିନ୍ତିତ ହେବ ଆବଶ୍ୟକ ନୁହେଁ କାରଣ ନେପାଳ ଋଣ ଜାଲରେ ଫସିବାର ସ୍ଥିତିରେ ନାହିଁ lଗୋଟିଏ ବିଶେଷ ସୂତ୍ରରୁ ଜଣା ପଡିଛି ଯେ ପ୍ରଧାନମନ୍ତ୍ରୀ ଓଲି ନେପାଳ ସଂସଦକୁ ଭଙ୍ଗ କରିବା ମାମଲାକୁ ନେଇ ଗୋଟିଏ ସାକ୍ଷାତ୍କାରରେ କହିଥିଲେ ଯେ ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ଗୋଟିଏ ଅଲଗା ନିଷ୍ପତି ଶୁଣାଇ ଥିଲା l କିନ୍ତୁ ସଂସଦର ଖରାପ ପରିସ୍ଥିତି ଆଉ ନାହିଁ ବର୍ତ୍ତମାନ ଅବସ୍ଥା ସୁଧୁରିବାରେ ଲାଗିଛି l

ସୂଚନା ଯୋଗ୍ୟଯେ ଅଦାଲତଙ୍କ ନିଷ୍ପତି କାରଣରୁ ପ୍ରମୁଖ ରାଜନୈତିକ ଦଳ ଦୁଇ ଭାଗରେ ବିଭାଜିତ ହୋଇଥିଲା l କିନ୍ତୁ ଓଲି କହିଛନ୍ତି ଲୋକତନ୍ତ୍ର ପ୍ରଣାଳୀରେ ସମ୍ବିଧାନକୁ ଆଉଥରେ କାର୍ଯ୍ୟକାରୀ କରିବାକୁ ପଡିବ l ଏକ ସାକ୍ଷାତ୍କାରରେ ଓଲିଙ୍କୁ ପଚରା ଯାଇଥିଲା ଚୀନର ନିବେଶ ନେପାଳରେ ହେଉଥିବା କାରଣରୁ ଭାରତର ଚିନ୍ତା ବଢୁଛି ,ଏହାର ଉତ୍ତରରେ ଓଲି କହିଥିଲେ ଭାରତ ଓ ନେପାଳର ମୈତ୍ରୀ ପୂର୍ଣ୍ଣ ସମ୍ପର୍କ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ l ଯଦି ଚୀନର କଥା ଉଠିବ ତେବେ ମୁଁ କହିବି ନେପାଳର ଦୁଇଜଣ ପଡୋଶୀଙ୍କ ସହିତ ନେପାଳର ସମ୍ପର୍କ ଅତି ସୁନ୍ଦର ଅଟେ l ଏହାକୁ ନେଇ ଭାରତ ଚିନ୍ତିତ ହେବ ଆବଶ୍ୟକ ନୁହେଁ l

Nalco

Comments are closed.