Odisha news

ଅପରେସନ ସିନ୍ଦୁର ପରେ ଭାରତର ବଡ଼ ନିଷ୍ପତି

0

ପହଁଲଗାମ ଆତଙ୍କବାଦ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବଢ଼ିବାରେ ଲାଗିଯାଇଛି, ଏହାର ପ୍ରତିଶୋଧ ଭାରତ ପୁରା କରିଛି ଅପରେସନ ସିନ୍ଦୁର ମାଧ୍ୟମରେ l ଏହାପରେ ଭାରତ ଆଉ ଗୋଟିଏ ବଡ଼ ନିଷ୍ପତି ନେଇଛି, ଯେଉଁ କାରଣରୁ ମଇ ୧୦ ତାରିଖ ପର୍ଯ୍ୟନ୍ତ ୯ଟି ଏୟାରପୋର୍ଟ ବନ୍ଦ କରିବାର ନିଷ୍ପତି ନେଇଛି l ଏଥିରେ ଜାମୁ, ଯୋଧପୁର, ଅମୃତସର, ଚଣ୍ଡିଗଡ଼ , ରାଜକୋଟ, ଭୁଜ, ଶ୍ରୀନଗର, ଳେହ ଓ ଜାମନଗର ଏୟାର ପୋର୍ଟ ସାମିଲ ରହିଛି l AIR INDIA ପକ୍ଷରୁ ଏହି ୯ଟି ସହରରୁ ମଇ ୧୦ ତାରିଖ ପର୍ଯ୍ୟନ୍ତ ଉଡାଣ ବନ୍ଦ କରିଦିଆଯାଇଛି l

ଏହା ସହିତ ଇଣ୍ଡିଗୋ ଏୟାର ଲାଇନ୍ସ ର ୧୬୦ ଟି ଡୋମେସ୍ଟିକ ଫ୍ଲାଇଟସ କ୍ୟାନସେଲ ହୋଇଯାଇଛି, ଅନ୍ୟ ପକ୍ଷରେ ଦିଲ୍ଲୀ ଏୟାରପୋର୍ଟ ର ଅଲଗା ଅଲଗା ଏୟାର ଲାଇନ୍ସ ର ୨୦ ଟି ଫ୍ଲାଇଟ ରଦ୍ଧ ହୋଇଛି l

୨୨ ଏପ୍ରିଲ ରେ ପହଁଲଗାମ ରେ ହୋଇଥିବା ଆକ୍ରମଣ ର ପ୍ରତିଶୋଧ ବଦଳରେ ଭାରତୀୟ ସେନା ଅପରେସନ ସିନ୍ଦୁର କରି ପ୍ରତିଶୋଧ ନେଇଛି l ଏହି ଆକ୍ରମଣ ରେ ବିଶେଷ ଭାବରେ ଆତଙ୍କବାଦୀ ଆଡା ଉପରେ ଆକ୍ରମଣ କରାଯାଇଥିଲା l ଏହି ଆକ୍ରମଣ ସେହି ଆତଙ୍କବାଦୀ ଆଡା ଉପରେ ହୋଇଥିଲେ ଯେଉଁଠି ଭାରତ ବିରୋଧୀ ଆତଙ୍କବାଦ କାର୍ଯ୍ୟକଳାପ କରାଯାଇଥାଏ l ସେନା ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଏୟାର ଷ୍ଟ୍ରାଇକ ରେ ପାକିସ୍ତାନ ର ଖୁବ କ୍ଷୟକ୍ଷତି ହୋଇଛି l

Leave A Reply