ଶ୍ରାବଣ ମାସ ସୋମବାର ଭଳି ମଙ୍ଗଳବାର ର ମଧ୍ୟ ଖୁବ୍ ମହତ୍ତ୍ଵ ରହିଛି । ଏହି ଦିନଟି ସଙ୍କଟମୋଚନ ହନୁ ମାନଙ୍କ ଦିନ । ଶ୍ରାବଣ ମାସ ମଙ୍ଗଳବାର ରେ ହନୁମାନଙ୍କୁ ବିଧିବଦ୍ଧ ଭାବରେ ପୂଜା କରିବା ଦ୍ୱାରା ଜୀବନ ର ସମସ୍ତ ଅସୁବିଧା ଦୁର ହୋଇଥାଏ।ହନୁମାନଙ୍କୁ ଏହି ଦିନ ସମର୍ପିତ ହୋଇଥିବା କାରଣରୁ ଏହାର ଅନେକ ମହତ୍ତ୍ଵ ରହିଛି । ହନୁମାନ ଏଭଳୀ ଜଣେ ଭଗଵାନ ଅଟନ୍ତି ଯାହାଙ୍କୁ ସାବଧାନତା ପୂର୍ବକ ପୂଜା କରିବା ଆବଶ୍ୟକ । ମଙ୍ଗଳବାର ଦିନ ବରଗଛ ପତ୍ରକୁ ଛିଡାଇ ଗଙ୍ଗା ଜଳରେ ଧୋଇ ହନୁମାନଙ୍କୁ ଅର୍ପଣ କଲେ ଆର୍ଥିକ ସଂକଟ ଦୂର ହୋଇଥାଏ । ଏପରି କିଛି କାମ ରହିଛି ଯାହାକୁ ମଙ୍ଗଳବାର ଦିନ କରିବା ଉଚିତ୍ ନୁହେଁ ।
* ମଙ୍ଗଳବାର ଦିନ ଧନ ନେବା କିମ୍ବା ଦେବାକୁ ଅଶୁଭ ବୋଲି କୁହାଯାଏ । ଏହି ଦିନ ଯେଉଁ ବ୍ୟକ୍ତି ଋଣ ନେଇଥାଏ ତାହା ଶୁଝିବା କଠିନ ହୋଇଥାଏ ।
* ମଙ୍ଗଳବାର ଦିନ ଚୁଟି କାଟିବା ଓ ଖିଅର ହେବ ଅଶୁଭ ଅଟେ । କୁହାଯାଏ ଯେ ଏହି କାର୍ଯ୍ୟକୁ କରିବା ଦ୍ୱାରା ବ୍ୟକ୍ତି ଉପରେ ମଙ୍ଗଳ ଗ୍ରହର ପ୍ରଭାବ ପଡିଥାଏ ।
* ନାରୀ ମାନେ ମଙ୍ଗଳବାର ଦିନ ଚୁଡ଼ି,ସିନ୍ଦୂର ଓ ଅଳର ଇତ୍ୟାଦି କିଣିବା ଉଚିତ୍ ନୁହେଁ । କୁହାଯାଏ ଯେ ଏହି ଦିନ ସୁଙ୍ଗାର ସାମଗ୍ରୀ କିଣିବା ଦ୍ବାରା ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ ।
* ମଙ୍ଗଳବାର ଦିନ ଯେଉଁ ବ୍ୟକ୍ତି ମାଂସ ମଦିରା ଭକ୍ଷଣ କରିଥାନ୍ତି ସେମାନଙ୍କର ଉଗ୍ର ରୂପ ବୃଦ୍ଧି ପାଇଥାଏ ,ଏହା ଦ୍ବାରା ନକାରାତ୍ମକ ଶକ୍ତି ମଧ୍ୟ ପରିବାର ଉପରେ ପ୍ରଭାବ ପକାଏ ।
* ମଙ୍ଗଳବାର ଦିନ ସମ୍ପର୍କକୁ ବଡ ଭାଇ ସହିତ ଯୋଡ଼ା ଯାଇଛି ଏହିଦିନ ବଡ ଭାଇ ସହିତ ବିବାଦ କରିବା ଉଚିତ୍ ନୁହେଁ ଯାହା ଦ୍ବାରା ମଙ୍ଗଳ ଦୋଷ ବୃଦ୍ଧି ପାଇଥାଏ ।