ନୂଆଦିଲ୍ଲୀ : ଚମ୍ବଲର ପୂର୍ବ ଦସ୍ୟୁ ସମ୍ରାଟ ମଲଖାନ ସିଂହ ସିନ୍ଧିଆଙ୍କୁ ଗଦାର କହିବା ପରେ କଂଗ୍ରେସର ପୂର୍ବତନ ମନ୍ତ୍ରୀଙ୍କୁ ବହୁତ କିଛି ଶୁଣାଇ ପୁରୁଣା ଦିନକୁ ମନେ ପକାଇ ଦେଇଥିଲେ l ଯେବେ ସେ ଛାତ ନଥିବା ଚାଳଘରେ ରହୁଥିଲେ ଓ ଭଙ୍ଗା ସାଇକେଲରେ ବ୍ୟାଗ ଟାଙ୍ଗି ଗାଁଗାଁ ବୁଲି ଇଞ୍ଜେକ୍ସନ ଦେବାକୁ ଯାଉଥିଲେ l ଘଟଣାଟି ଘଟିଛି ଏହି ପରି l କଂଗ୍ରସର ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତା ଡକ୍ଟର ଗୋବିନ୍ଦ ସିଂହ ଦେଇଥିବା ଗୋଟିଏ ବୟାନରେ ସିନ୍ଧିଆଙ୍କୁ ଗଦାର କହିଛନ୍ତି ,ସେହି ବୟାନକୁ ନେଇ ଚମ୍ବଲର ଦସ୍ୟୁ ସମ୍ରାଟ ମଲଖାନ ସିଂହ ଡାକ୍ତରଙ୍କ ନାମ ନେଇ ଖୁବ ଆଲୋଚନା କରିଛନ୍ତି l
ମଲଖାନ କହିଛନ୍ତି ଯେ ଚାଳ ନଥିବା ଘରେ ରହୁଥିଲା ,ଭଙ୍ଗା ସାଇକେଲ ନେଇ ସେଥିରେ ଫଟା ବ୍ୟାଗରେ ଇଞ୍ଜେକ୍ସନ ଓ ଔଷଧ ପୁରାଇ ଗାଁ ଗାଁ ବୁଲି ଜୀବନ ବିତାଉଥିଲା ,ବର୍ତମାନ ତମ ପାଖରେ କୋଟି କୋଟି ଟଙ୍କାର ସମ୍ପତି ଆସିଲା କେଉଁଠୁ ଏଇଟା କଣ ଗଦାରୀ ନୁହେଁ l ମଲଖାନ ସିଂହ କହିଛନ୍ତି ଯେ ସିନ୍ଧିଆଙ୍କ ବିରୁଦ୍ଧରେ ଏପରି କହି ଠିକ କରୁ ନାହାନ୍ତି l ଯଦି କୌଣସି ବଡ ନେତା ଏହି ପରି କଥା କହିଥାନ୍ତେ ତେବେ ଠିକ ଲାଗିଥାନ୍ତା l ଯେପରି ଦିଗବିଜୟ ସିଂହ ଓ କମଲନାଥ ଜଯି ଏହି ପ୍ରକାର କଥା କହିଥାନ୍ତେ ତେବେ ମୁଁ ତାଙ୍କ ଭିତରେ କୌଣସି ମନ୍ତବ୍ୟ ଦେଇ ନଥାନ୍ତି ,ଯେହେତୁ ଏତେ କଠିନ ରାସ୍ତା ଦେଇ କୋଟିକୋଟି ସମ୍ପତ୍ତିର ମାଲିକ ହୋଇ ବସିଥିବା ଗୋବିନ୍ଦ ସିଂହ ମୁହଁରେ ଏପରି ଭାଷା ଶୋଭା ପାଉନାହିଁ l
ଡକ୍ଟର ଗୋବିନ୍ଦ ସିଂହ ଚମ୍ବଲ ଇଲାକାର ଲହାର ବିଧାନସଭା ସିଟର ବିଧାୟକ ଅଟନ୍ତି ଓ କମଲନାଥ ସରକାର ସମୟରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଥିଲେ l ସେ ଲହାର ବିଧାନ ସଭା ସିଟରୁ ୭ ଥର ବିଧାୟକ ହୋଇଛନ୍ତି ,ଯେଉଁଠାରେ ଦସ୍ୟୁ ସମ୍ରାଟ ମଲଖାନ ସିଂହ ପାଇଁ ଚମ୍ବଲରେ ଭୟ ଖେଳି ଯାଉଥିଲା l ଚମ୍ବଲରେ ୧୮ ବର୍ଷ ପର୍ଯ୍ୟନ୍ତ ମଲଖାନ ସିଂହର ରାଜୁତି ଥିଲା ଓ ୬ ଟି ଜିଲ୍ଲାରେ ଏହି ରାଜୁତି ଆତଙ୍କ ସୃଷ୍ଟି କରିଥିଲା l କିନ୍ତୁ ୧୯୮୨ ରେ ଅସ୍ତ୍ର ତ୍ୟାଗକରି ଆଧ୍ୟାତ୍ମିକର ରାସ୍ତା ଧରିଲେ ଓ ବର୍ତମାନ ସାମିଜିକ କାର୍ଯ୍ୟରେ ସକ୍ରିୟ ଅଛନ୍ତି l