Odisha news

ବାଣ ଫୁଟାଇ ମିଷ୍ଟାନ୍ନ ବାଣ୍ଟି ଖୁସି ମନାଇଲେ ଅଧୀରାଜ ସମର୍ଥକ।ସିନାପାଲି ବିଜେଡି ଶିବିର ଚଳ ଚଞ୍ଚଳ

0
ସିନାପାଲି:୪/୪ : ସବ୍ୟୁ) ସାଧାରଣ ନିର୍ବାଚନ ରେ ବିଜୁ ଜନତା ଦଳ ପକ୍ଷରୁ ଖଡିଆଳ ବିଧାନ ସଭା ପାଇଁ ଅଧିରାଜ ପାଣିଗ୍ରାହି ଙ୍କୁ ଟିକେଟ ମିଳିବା ପରେ ତାଙ୍କର ସମର୍ଥକ ମାନେ ବେଶ ଖୁସି ମନାଇଛନ୍ତି। ଆଜି ସିନାପାଲି ବିଜୁ ଜନତା ଦଳ କାର୍ଯ୍ୟଳୟ ରେ ଶତାଧିକ କର୍ମୀ, ସମର୍ଥକ ଓ ଅଧି ପ୍ରେମୀ ସାମିଲ ହୋଇ ବାଣ ଫୁଟାଇ ପରସ୍ପର ମଧ୍ୟରେ ମିଠା ଖୁଆଇ ଅଭିନନ୍ଦନ ଜଣାଇବା ସହ ବିଜୟ କାମନା କରିଥିଲେ। ସିନାପାଲି ବ୍ଲକ ବିଜୁ ଜନତା ଦଳ ସଭାପତି ଗରୁଡ଼ଧ୍ୱଜ ବେହେରା ଙ୍କ ନେତୃତ୍ୱ ରେ ଅଞ୍ଚଳ ର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏପରିକି ଏହି ସମୟରେ ସିନାପାଲି ବ୍ଲକ କଂଗ୍ରେସ କମିଟି ସଭାପତି ଜୟପାଳ ନାଗ, ବରିଷ୍ଠ କଂଗ୍ରେସ କର୍ମୀ ଗୋଦାବରିଶ ନାଏକ, ପୁର୍ବତନ କଂଗ୍ରେସ ଜିଲ୍ଲାପରିଷଦ ସଦସ୍ୟ ଗିରିରାଜ ମାଝି ,ସିନାପାଲି ସଦର ସମିତି ମନୀଷ ପଟେଲ, ଗଣେଶ ନାଏକ ସମେତ ଅନେକ ଦଳ ର କର୍ମୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।ଶତାଧିକ କର୍ମୀ ବିଜୁ ଜନତା ଦଳ ଓ ସ୍ୱଚ୍ଛ ନିର୍ମଳ ଭାବ ମୂର୍ତ୍ତି ନବୀନ ପଟ୍ଟନାୟକ ଙ୍କ ଜୟଗାନ କରିବା ସହ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଙ୍କ ଜୟ ଜୟ ଧ୍ୱନି ରେ ବିଜେଡି କାର୍ଯ୍ୟଳୟ ପ୍ରକମ୍ପିତ ହୋଇ ଉଠିଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ଶ୍ରୀ ପାଣିଗ୍ରାହୀ ୨୦୧୯ ନିର୍ବାଚନ ରେ କଂଗ୍ରେସ ଦଳ ରୁ ବିଧାୟକ ଭବେ ନିର୍ବାଚିତ ହୋଇଥିଲେ। ପରିଶେଷ ରେ ବିଜୁ ଜନତା ଦଳ ରେ ସାମିଲ ହୋଇ ବର୍ତ୍ତମାନ ବିଜେଡି ଦଳ ପକ୍ଷରୁ ଖଡିଆଳ ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି। ଆଜିର ଏହି ଖୁସି ଉତ୍ସବ ରେ ଯୋଗଦାନ କରିଥିବା ବ୍ଲକ କଂଗ୍ରେସ କମିଟି ସଭାପତି ଜୟପାଲ ନାଗ ଙ୍କୁ ପଚାରିବାରୁ ଶ୍ରୀ ପାଣିଗ୍ରାହୀ ଙ୍କ କାର୍ଯ୍ୟକଳାପ ମୋତେ ବହୁତ ଭଲ ଲାଗେ ତାଙ୍କର ଆନୁଗତ୍ୟ ମୋତେ ବାଧ୍ୟ କରିବାରୁ ଆଜିର କାର୍ଯକ୍ରମ ରେ ସାମିଲ ହୋଇଛି ବୋଲି ପ୍ରକାଶ କରିଥିଲେ। ସେହିପରି ଅନେକ ଦଳ ର କର୍ମ କର୍ତ୍ତା ମଧ୍ୟ ବିଜେଡ଼ିର ପ୍ରଶଂସା କରି ଆସିଥିବା ପ୍ରକାଶ କରିଥିଲେ
Ad2
Leave A Reply