Odisha news

ବିଜେଡିର ଶଙ୍ଖ କାର୍ଯ୍ୟକ୍ରମ ଘରେ ଘରେ

0
   ଆନନ୍ଦପୁର : ଆନନ୍ଦପୁର ବ୍ଲକ ଅନ୍ତର୍ଗତ କୋଳିମାଟି ପଞ୍ଚାୟତର କନ୍ତୋ ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ। ଏହି ଅବସରରେ ଦଳୀୟ କର୍ମୀମାନେ ଘର ଘର ବୁଲି ଶଙ୍ଖ ଚିହ୍ନ ପୋଷ୍ଟର ଲଗାଇବା ସହ ରାଜ୍ୟ ସରକାର ଜନ ହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ। ଘଷିପୁରା ବ୍ଲକ ଉପାଧ୍ୟକ୍ଷ ପଞ୍ଚାନନ ବେହେରା, ବ୍ଲକ ଯୁବ ବିଜେଡି ସଭାପତି ଇଂ ଦେବଦତ୍ତ ନାୟକ, ଯୁବନେତା ନିରଞ୍ଜନ ସାହୁ,ଅନନ୍ତ ଚରଣ ମହାନ୍ତ, ମନୋରଞ୍ଜନ ରାଉତ,କୂଳଦୀପ ସାହୁ, ଦିବାକର ସାହୁ, ବ୍ରାହ୍ମେଶ୍ଵର ସାହୁ, ଅରୁଣ କୁମାର ରାଉତ , କୈଳାସ ନାୟକ, ଚୈତନ୍ୟ ଦାସ,ପୂର୍ଣ୍ଣ ମହାନ୍ତ, ଚନ୍ଦ୍ରମଣି ନାଏକ, ରବିନ୍ଦ୍ର ନାଏକ,ସନାତନ ନାଏକ ପ୍ରମୁଖ ସାମିଲ ହୋଇଥିଲେ।
Ad2
Leave A Reply