ଵେଆଇନ କୁକୁଡ଼ା ଲଢ଼େଇ ଚାଲିଥିଲା, ପୋଲିସ ଅଚାନକ ଚଢ଼ାଉ କଲା,ଚଢ଼ାଉ ର ଆଜକୁ 4ଦିନ ବିତିଲା 4 କୁକୁଡ଼ା ଥାନାରେ ଅଟକ l କୁକୁଡ଼ା ଲଢେଇରୁ ଉଦ୍ଧାର ହୋଇଥିବା 4 କୁକୁଡ଼ା ଲଢେଇ ପାଇଁ ଆସିଥିବାର ପ୍ରମାଣିତ ହେଲେ 5 ହଜାର ଟଙ୍କା ଫାଇନ ହେବ l ହେଲେ ପୋଲିସ ଏହି ମାମଲାରେ ହାଜତରେ ଅଟକ ଥିବା 5 ହଜାର ଟଙ୍କା ଖର୍ଚ୍ଚ କଲାଣି l ସେମାନେ ପକ୍ଷୀ କଣ ବା ଜାଣନ୍ତି l ପୋଲିସ ପ୍ରମାଣ ପାଇଁ ଗତ ଚାରିଦିନ ଧରି ଚାରି କୁକୁଡ଼ାଙ୍କୁ ଥାନାରେ ଅଟକ ରଖି ଖାଇବା ପିଇବା ସହିତ ମେଡିକାଲ ଟ୍ରିଟମେଣ୍ଟ କରୁଛି l
ହେଲେ କୁକୁଡାଙ୍କୁ ମିଳୁନି ବୁଲିବାର ସ୍ୱାଧୀନତା l ଗତ ଡିସେମ୍ବର 25 ବଡ଼ ଦିନ ଲଢେଇରେ ଜୀବନ ହାରି ଲୋକଙ୍କର ସୁଆଦିଆ ଭୋଜି ହୋଇଥାନ୍ତେ ଚାରି କୁକୁଡ଼ା lହେଲେ ଅଚାନକ ଜୁଆ ଆଡା ଓ କୁକୁଡ଼ା ଲଢେଇ ଉପରେ ପୋଲିସ ଚଢ଼ାଉ କରି ଚାରି କୁକୁଡାଙ୍କୁ ଉଦ୍ଧାର କରି ଚାରିଦିନ ଧରି କୁକୁଡ଼ାଙ୍କୁ ଥାନାରେ ଅଟକ ରଖି ପଶୁ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି l ପୋଲିସ ପଶୁ ଡାକ୍ତରଖାନlରେ କୁକୁଡ଼ାଙ୍କର ଗୋଡ଼ ପରୀକ୍ଷା କରୁଛି ସେମାନଙ୍କ ଗୋଡ଼ରେ ଛୁରୀ ବନ୍ଧା ଯାଇଥିଲା କି l ଯାହାଫଳରେ ଜଣା ପଡିବ କୁକୁଡ଼ା ଗୁଡିକ ଲଢେଇ କରୁଥିଲେ କି ନାହିଁ l ସବୁଠାରୁ ମଜାଦାର ଘଟଣା ପୋଲିସ ଏସବୁ ମାମଲାରେକୁକୁଡ଼ା ଙ୍କ ପାଇଁ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ , କୁକୁଡ଼ା ଲଢେଇ ଯଦି ପ୍ରମାଣିତ ହୁଏ 50 ଟଙ୍କା ହେବ ଫାଇନ l
ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ମୁରୁଣା ବଜ଼lରରେ । ଗତ ଡିସେମ୍ବର 25 ତାରିଖ ବେଆଇନ କୁକୁଡ଼ା ଲଢେଇ ହେଉଥିବା ଖବର ପାଇ ସିମୁଳିଆ ପୋଲିସ ଚାରି ଯୁବକଙ୍କୁ ଅଟକ ରଖି ଚାରି କୁକୁଡ଼ାଙ୍କୁ ଉଦ୍ଧାର କରିଥିଲା । 341/22 ମୂଳେ ମାମଲା ରୁଜୁ କରି ତଦନ୍ତ କରୁଛି l ପୋଲିସ ଅଟକ ଚାରି ଯୁବକଙ୍କୁ ନୋଟିସ ଦେଇ ଛାଡି ଦେଇଥିବା ବେଳେ କୁକୁଡାଙ୍କୁ ହାଜତରେ ଅଟକ ରଖି ତଦନ୍ତ କରୁଛି l ହାଜତରେ କୁକୁଡ଼ା ଘଟଣା ବେଶ ଚର୍ଚ୍ଚା ହେଉଛି