ସିମୁଳିଆ -୦୫/୦୭ : -ବାଲିଖଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟବର୍ଷର ଛାତ୍ରଛାତ୍ରୀମାନେ ତୃତୀୟବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା ।
ଏହି ସଭାରେ ଅଧ୍ୟାପକ ସୁଧିର ମୁଦୁଲୀ, ଅଧ୍ୟାପକ ନିରୋଜ କୁମାର ଜେନା,ଅଧ୍ୟାପିକା ଡ. ପ୍ରଭାତି ଲତା ଦାସ, ଶଶୀକାନ୍ତ ନାୟକ, ଗ୍ରନ୍ଥାଗାରିକ ଚକ୍ରଧର ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର କର୍ମ·ରୀ ଦାସରଥି ମହାରଣା, ଗଜେନ୍ଦ୍ର ପ୍ରସାଦ ନାୟକ,ତ୍ରିଦୀବ କୁମାର ନାୟକ,ମଣିଭଦ୍ର ଜେନା, ଅଶୋକ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ ।