Odisha news

ଜାଲ ବିଛାଇଲା ପୋଲିସ, ଧରା ପଡିଲେନି କେହି ଆସାମୀ

0

ସିମୁଳିଆ-୦୪/୦୯ : ସିମୁଳିଆ ଥାନା ଅଧିନରେ ଚୋରଙ୍କ ଚୋରୀ କାର୍ଯ୍ୟକଳାପର ବୃଦ୍ଧିକୁ ନେଇ ସିମୁଳିଆ ପୋଲିସ ଚିନ୍ତାରେ ଥାଇ ଚୋର ଧରିବାକୁ ନୂଆ ଜାଲ ବିଛାଉଥିବାବେଳେ ଚୋର ତାଙ୍କଠୁଁ ଚାଲାକି ଦେଖାଇ ସେହି ଜାଲରେ ନ ପଡିବା ସିମୁଳିଆ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ବିବରଣୀରୁ ପ୍ରକାଶ ଲଗାତର ଭାବେ ସିମୁଳିଆ ଅଞ୍ଚଳରେ ଦୋକାନ ବଜାର,ଘର ଗୁଡିକରେ ଚୋରୀ ହେବା ସହିତ ବାଇକ ଚୋରୀ ହେବା ଘଟଣା ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଥିବାର ଜଣାଯାଇଛି ।

ନିକଟରେ କ୍ଷୀରକୋଣା ଅଞ୍ଚଳର ଏକ ଘରୋଇ ମେସରୁ ପାଇତୋରଣା ପଞ୍ଚାୟତର ଶରତ ନାୟକଙ୍କ ଏକ ବାଇକ ଚୋରୀ,ମାର୍କେଣା ବସଷ୍ଠାଣ୍ଡରେ ଥିବା ପରିବା ଦୋକାନୀର ଜାମ୍ମୁଝାଡି ପଞ୍ଚାୟତର ଗୋପାଳପୁର ଗ୍ରାମର ଶଶିକାନ୍ତ ପଣ୍ଡାଙ୍କ ଦୋକାନ ଆଗରୁ ଅଭିନବ ଉପାୟରେ ବାଇକ ଚୋରୀ ଘଟଣା ଓ ସେହିପରି କୁଣିଆରୀ ଅଞ୍ଚଳର ଦେବେନ୍ଦ୍ର କୁମାର ଭୁୟୀଁ ମାର୍କୋଣା ମେଡିକାଲରେ ସିକୁ୍ୟରିଟି ଗାର୍ଡଭାବେ କାର୍ଯ୍ୟ କରନ୍ତି ।

ବାଇକଟି ମେଡିକାଲ ପରିସରରେ ରଖିଥିବାବେଳେ କେହି ଦୁବୃର୍ତ୍ତ ନେଇଯାଇଥିଲେ ଯାହା ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳିଯାଇଥିବାବେଳେ ଗୁରୁବାର ଦିନ ଜାତୀୟ ରାଜପଥରେ ଏକ ପକ୍କ୍ାଘର ଛାତ ପଡୁଥିବାବେଳେ ଦିନ ଦ୍ୱିପ୍ରହରରେ ବାଇକଟିକୁୁ କେହି ଦୁବୃର୍ତ୍ତ ଚୋରୀ କରି ନେଇଯାଇଥିବାର ସିମୁଳିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ସୁଙ୍ଗୁଡା ଅଞ୍ଚଲର ଅନାଦୀ ମୁଦୁଲିଙ୍କ ପୁଅ ରବିନ୍ଦ୍ର କୁମାର ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି ।

ଗୁରୁବାର ଦିନ ସିମୁଳିଆ ଜାତୀୟ ରାଜପଥର ବସନ୍ତ କୁମାର ପାଣିଗ୍ରାହୀ ପକ୍କାଘର ଛାତ ପକାଇବାକୁ ଆସି ବାଇକଟିକୁ ଜାତୀୟ ରାଜପଥରେ ରଖିଥିଲେ । କାମ ସାରି ଦିନ ୨ଟା ସମୟରେ ଦେଖିବା ବେଳକୁ ବାଇକଟି ସେହି ସ୍ଥାନରେନଥିଲା । ବହୁ ଖୋଜାଖୋଜି କରି ବାଇକଟି ନ ପାଇବାରୁ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସିମୁଳିଆ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ସିମୁଳିଆ ପୋଲିସ ମୁରୀପୁର ନିକଟରେ ଏକ ଢାବା ସମ୍ମୁଖରେ ଏକ ବାଇକଟି ବହୁ ସମୟ ଧରି ରହିଥିବାର ପାଇଥିଲେ । ଖବର ପାଇ ସିମୁଳିଆ ପୋଲିସ ଚୋର ଧରିବାକୁ ଏକ ଯୋଜନାବଦ୍ଧଭାବରେ ଜାଲ ବିଛାଇଥିବାବେଳେ ହେଲେ କେହି ଆସାମୀ ସେହି ଜାଲରେ ନ ପଡିବା ସିମୁଳିଆ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ମାତ୍ର ଚୋରୀ ହୋଇଥିବା ଗାଡିଟି ଉଦ୍ଧାର ହୋଇଥିବାର ସିମୁଳିଆ ପୋଲିସ ପକ୍ଷରୁ ପ୍ରକାଶ ।

Leave A Reply