Odisha news

ସିମୁଳିଆ : ମଦ ସମେତ ୨ଗିରଫ , ଜଣେ ଫେରାର

0

ସିମୁଳିଆ : ସିମୁଳିଆ ଥାନା ଅଧିନରେ ବିଭିନ୍ନ ସ୍ଥାନରେ ଖୋଲମ ଖୋଲା ବେଆଇନ ମଦ ବିକି୍ର ହେଉଥିବାର ଦେଖିବାକୁ ମିଳିଛି । ମାତ୍ର ଅବକାରୀ ବିଭାଗ କୁମ୍ଭ ନିଦ୍ରାରେ ଶୋଇ ରହିଥିବାର ଦେଖାଯାଉଛି । ପ୍ରକାଶ ଥାଉକି ସିମୁଳିଆ ପୋଲିସ ଥାନା ଅଧିକାରୀ ପର୍ଶୁରାମ ସାହୁ ଗୁରୁବାର ସଂନ୍ଧ୍ୟାରେ ପେଟ୍ରୋଲିଂ କରିବାକୁ ଯାଇଥିବା ସମୟରେ ଅନ୍ତରା ଗ୍ରାମର ରମାକାନ୍ତ ନାୟକକୁ ଘଟଣା ସ୍ଥଳରୁ ଗିରଫ କରିଥିଲେ । ତା ପାଖରୁ ମହୁଲି ମଦ ଶହେ ଲିଟର ଉଦ୍ଧାର କରିଛି ସିମୁଳିଆ ପୋଲିସ ।

ସେହିପରି ବାରହାପୁରରେ ଅନାମ ଦାସକୁ ଚଢାଉ କରି ତା ପାଖରୁ ୨୦ଲିଟର ମଦ ସମେତ ଗିରଫ କରିଥିବାର ଜଣାଯାଇଛି । ସେହି ଗ୍ରାମର ଲକ୍ଷ୍ମିକାନ୍ତ ମାଝିଙ୍କ ଦୋକାନରେ ଚଢାଉ କରିବା ସମୟରେ ସେ ସେଠାରୁ ଖସି ପଳାଇ ଯାଇଥିଲା । ମାତ୍ର ତାଙ୍କ ଦୋକାନରୁ ୩୫ଲିଟର ବିଦେଶୀ ମଦ ମିଳି ଥିବାର ପୋଲିସ ସୁତ୍ରରୁ ପ୍ରକାଶ । ପୋଲିସ ଆଜି ରମାକାନ୍ତ ଓ ଅନାମକୁ ୨୧୩/୨୧୪ମୁଳେ ମାମଲା ରୁଜୁ କୋର୍ଟ ଚାଲାଣ କରିଥିବାବେଳେ ୨୧୫/୨୦ମୁଳେ ଲକ୍ଷ୍ମିକାନ୍ତ ମାଝିଙ୍କ ନାମରେ ଅନ୍ୟ କେସ ରୁଜୁ କରିଥିବାର ଜଣାଯାଇଛି ।

Leave A Reply